ତାଳଚେର (ଅଜିତ କୁମାର ଭୋଇ) : ସଦ୍ୟ ପ୍ରକାଶିତ ସି. ବି. ଏସ. ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଡି. ଏ. ଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀ ମାନେ ଆଶାତୀତ ସଫଳତା ହାସଲ କରିଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଶ୍ରୀମାନ ତ୍ରୀମାନ ପ୍ରଧାନ ୯୯. ୪ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀମାନ ଅମୃତାଂଶୁ ଦାଶ ୯୯ ପ୍ରତିଶତ ରଖି ଦ୍ଵିତୀୟ ସ୍ଥାନ ଏବଂ ସୁଶ୍ରୀ ମଞ୍ଜୁଲିକା ସାହୁ ୯୮. ୬ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ବିଦ୍ୟାଳୟର ୬୭ ଜଣ ଛାତ୍ରଛାତ୍ରୀ ଶତକଡା ୯୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଓଡ଼ିଆ, ଗଣିତ, ବିଜ୍ଞାନ, ହିନ୍ଦୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଏବଂ କମ୍ପ୍ୟୁଟରରେ ଅନେକ ଛାତ୍ରଛାତ୍ରୀ ପୂର୍ଣ୍ଣଅଙ୍କ ୧୦୦ ରଖି ବିଦ୍ୟାଳୟର ସୁନାମ ରକ୍ଷା କରିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଏହି ସଫଳତା ନିମନ୍ତେ ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳ। ଚକ୍ରବର୍ତ୍ତୀ ସମସ୍ତ କୃତି ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
