କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ ) :ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚିଲିକାପଶି ଗ୍ରାମର ଗ୍ରାମ୍ୟ ଜଙ୍ଗଲ ଚିହ୍ନଟ ଦାବୀ କରାଯାଇଛି । ଏ ସମ୍ବନ୍ଧରେ ଗାଁ ଲୋକ ସ୍ଥାନୀୟ ଉପଜିଲାପାଳ ଉମାକାନ୍ତ ପରିଡାଙ୍କୁ ଭେଟି ଏକ ଦାବୀପତ୍ର ଦେଇଥିବା ଜଣାପଡିଛି । ଗାଁରେ ଥିବା ଖାତା ନଂ ୩୧, ପ୍ଲଟ ନଂ ୧୫୯, କିସମ ଗ୍ରାମ୍ୟ ଜଙ୍ଗଲ ଏ.୧୪.୬୨ ଡେସିମିଲ ଜଙ୍ଗଲ ଜମି ରହିଅଛି । ମାତ୍ର ଗ୍ରାମର କିଛି ସ୍ୱାର୍ଥପର ଲୋକ ପାଖଜମି ମାଲିକମାନେ ନିଜର ଦର୍ଶାଇ ବହୁ ସମୟରେ ଉକ୍ତ ଗଛକୁ କାଟି ନେଇ ବିକ୍ରି କରିଦେଉଛନ୍ତି ବା ନିଜେ ବ୍ୟବହାର କରିଦେଉଛନ୍ତି ।
ତେଣୁ ଗାଁରେ ପରିବେଶ ଜନିତ ସମସ୍ୟା ଉପୁଜୁଛି । ଉକ୍ତ ଜଙ୍ଗଲରେ ଲୋକମାନେ ଜାଳପତ୍ର ସଂଗ୍ରହ କରି ସାମୂହିକ ଭାବେ ବ୍ୟବହାର କରିବା ନିୟମ ରହିଥିଲେ ମଧ୍ୟ କିଛି ଲୋକ ତାର ବ୍ୟତିକ୍ରମ କରୁଥିବାରୁ ଗାଁ ଲୋକ ବାଧ୍ୟ ହୋଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ଉକ୍ତ ଜମି ଚିହ୍ନଟ କରି ଗାଁ ଲୋକଙ୍କୁ ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।
