ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ବିଶ୍ୱ ପୁସ୍ତକ ଦିବସ ପାଳିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନ ୧୦-୦୦ ଘ. ସମୟରେ ବିଶ୍ବ ପୁସ୍ତକ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପୂର୍ବତନ ସଭାପତି ଡ ପ୍ରଫୁଲ୍ଲ ରଥ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଭଗବାନ ମିଶ୍ର, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ରାଧେଶ୍ୟାମ ପୁରୋହିତ ତଥା ସମ୍ମାନିତ ଅତିଥି ଭାବରେ ବରିଷ୍ଟ ଆଇନଜୀବୀ ବାସୁଦେବ ପଣ୍ଡା ଯୋଗଦାନ କରିଥିଲେ।

ପୁସ୍ତକ ଜ୍ଞାନର ଗନ୍ତାଘର ଏବଂ ଏହା ପଢିଲେ ଚିନ୍ତାଚେତନା ଓ ଭାବ ଭାବନାର ଅଭିବୃଦ୍ଧି ଘଟିଥାଏ ତଥା ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରିଥାଏ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ।ଯିଏ ଯେତେ ପୁସ୍ତକ ପଢିବ ସିଏ ସେତେ ଭଲ ଲେଖିବ । ଜ୍ଞାନର ପରିସୀମାକୁ ବୃଦ୍ଧି କରିବାର ଏହା ଏକ ବଳିଷ୍ଠ ମାଧ୍ୟମ । ଗୋଟିଏ ପୁସ୍ତକ ମନୁଷ୍ୟର ଦୁଃଖ ଓ ସୁଖ ସମୟର ଏକ ଭଲ ସାଥୀ ଭାବରେ ପରିଗଣିତ ହୋଇଥାଏ ବୋଲି ମୁଖ୍ୟ ବକ୍ତା ପ୍ରକାଶ କରିଥିଲେ।

ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ।ପ୍ରାରମ୍ଭରେ ସଦସ୍ୟ ଶ୍ୟାମସୁନ୍ଦର ସେଠୀ ସ୍ବାଗତ କରିବା ସହିତ ଶେଷରେ କୋଷାଧ୍ୟକ୍ଷ ଅକ୍ଷର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ର ସଦସ୍ୟ ସୁରୁ ସାହୁ, ଜୀତେନ୍ଦ୍ର ପ୍ରଧାନ , ତ୍ରିନାଥ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!