ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଟାଉନ ହଲ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମାରୋହ ଆୟୋଜିତ ଅନୁଷ୍ଠିତ ହୋଇଯାଇଛି । କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବୀରମହାରାଜପୁର ବିଧାୟକଇଂ ରଘୁନାଥ ଜଗଦଲା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସୋନପୁର ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ପ୍ରହଲ୍ଲାଦ ନାଏକ, ଜିଲ୍ଲାପରିଷଦ ସଭ୍ୟ ମଧୁସୂଦନ ଓତା, ବେଣୁଧର ଦାସ, ମାନନୀୟା ବଲାଙ୍ଗୀର ସଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର ଓ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କାଳିଆ ମଲ୍ଲିକ,, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ ଯୋଗଦାନ କରିଥିଲେ l
ଏହି ଅବସରରେ ୧୦୪ଟି କାର୍ଯ୍ୟଦେଶ ଓ ୧୬ଟି ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଗୋଷ୍ଠୀ ନିବେଶ ରାଶି ଓ ବ୍ୟକ୍ତିଗତ ପାଇଖାନା ପାଇଁ ପ୍ରତୀକାତ୍ମକ ଚେକ ବଣ୍ଟନ କରାଯାଇଥିଲା l ମୁଖ୍ୟ ଅତିଥି ଇଂ ରଘୁନାଥ ଜଗଦଲା କହିଥିଲେ ଯେ, ୧୯୯୩ ମସିହାରେ ପଞ୍ଚାୟତି ରାଜ ବ୍ୟବସ୍ଥାର ଆରମ୍ଭ ହେବା ପରେ ଗ୍ରାମୀଣ ଅଞ୍ଚଳକୁ ସରକାରୀ ସୁବିଧା ସିଧାସଳଖ ପହଞ୍ଚୁଛି। ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ବିକାଶ ସୁନିଶ୍ଚିତ ହେଉଛି ବୋଲି ସେ କହିଥିଲେ ଏବଂ ସମସ୍ତଙ୍କୁ ଜିଲ୍ଲାର ବିକାଶରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ।
ସଭାପତି ତଥା ମୁଖ୍ୟ ବକ୍ତା, ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସମସ୍ତ ଅତିଥି ତଥା ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସଦସ୍ୟା ଓ ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ପଞ୍ଚାୟତି ରାଜ ବ୍ୟବସ୍ଥା ତୃଣମୂଳ ସ୍ତରରେ ସୁଶାସନ ଓ ଲୋକଙ୍କ ସଶକ୍ତିକରଣ ପାଇଁ ଏକ ମୁଖ୍ୟ ମାଧ୍ୟମ ବୋଲି ନିଜ ବକ୍ତବ୍ୟରେ କହିଥିଲେ l କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ସୋନପୁର ଗୋଷ୍ଠୀ ଉନ୍ନୟନ କାର୍ଯାଳୟର କର୍ମଚାରୀମାନେ ସହଯୋଗ କରିଥିଲେ। ଉପସ୍ଥିତ ସମସ୍ତେ ବାଲାଙ୍ଗୀରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯକ୍ରମର ଲାଇଭ ଷ୍ଟ୍ରିମିଙ୍ଗ ଦେଖିଥିଲେ।ଶେଷରେ ପଞ୍ଚାୟତି ସମିତି ସଭ୍ୟ ଓ ସରପଞ୍ଚମାନଙ୍କୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଭ ଦାନୀ ମଞ୍ଚ ପରିଚାଳନା କରିଥିବାବେଳେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର ଧନ୍ୟବାଦ ଅର୍ପଣ କରିଥିଲେ l
