ଅନୁଗୁଳ(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ଵାଭିମାନ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ସହିତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଗୌଡା ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ତତ୍ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଶ୍ରୀଯୁକ୍ତ ଟିକନ କୁମାର ଦାସ ମଞ୍ଚ ପରିଚାଳନା କରିବା ସହ ସଙ୍ଗୀତ ଶିକ୍ଷକ ଶ୍ରୀଯୁକ୍ତ ସୁମନ୍ତ ମହାରଣା ସୁମଧୁର ସଙ୍ଗୀତ ପରିବେଷଣ ଓ ସଂସ୍କୃତ ଶିକ୍ଷୟିତ୍ରୀ ସୁଶ୍ରୀ ଆରତୀ ବଡଜେନା କବିତା ପାଠ କରିଥିଲେ |

ଏଥି ସହିତ ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ସୁଶ୍ରୀ ଶର୍ମିଷ୍ଠା ସାହୁ, ହିନ୍ଦୀ ଶିକ୍ଷୟିତ୍ରୀ ସୁଶ୍ରୀ ସୁଭଦ୍ରା କର ଓ ଇତିହାସ ଶିକ୍ଷକ ଶ୍ରୀଯୁକ୍ତ ଅମରଜିତ ତ୍ରିପାଠୀ ମଧୁବାବୁଙ୍କ ଜୀବନୀ ଆଧାରିତ ବକ୍ତବ୍ୟାବଳି ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ମମିତା ମିଶ୍ର , ଶିକ୍ଷକ ଶ୍ରୀଯୁକ୍ତ ସପନ କୁମାର ଗିରି ଓ ଶ୍ରୀଯୁକ୍ତ ସୁଶିର କୁମାର ବିଶ୍ବାସ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ | ପରିଶେଷରେ ଓଡ଼ିଆ ଶିକ୍ଷକ ଶ୍ରୀଯୁକ୍ତ ଶିବପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
