୮ଟି ଜିଲ୍ଲା ପାଇଁ ୧୬୯୭.୦୪ କୋଟି ବ୍ୟୟରେ ୮୨୭ ସଡ଼କ ନିର୍ମାଣ ହେବ।

ରାୟଗଡ଼ା(ଗୋପୀନାଥ ଗୌଡ଼): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ସଡ଼କ, ଆବାସଗୃହ ଓ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଥିଲେ l ଆଗାମୀ ଦିନରେ ରାସ୍ତା ଓ ସେତୁ ନିର୍ମାଣ ହେଲେ ଗର୍ଭବତୀ ଓ ପ୍ରସୂତି ମହିଳା ଭାରରେ ଓ ଖଟରେ ବୋହିବା ଭଳି ଦୃଶ୍ୟ ଆଉ ଦୃଶ୍ୟମାନ ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଛନ୍ତି I ରାସ୍ତା କାର୍ଯ୍ୟରେ କୌଣସି ଅନିୟମିତତା ହେଲେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି I

ରାୟଗଡା ଜିଲ୍ଲା ଧରିତ୍ରୀର ସ୍ୱର୍ଗ ଅଟେ, ଆମ ଡବଲ ଇଂଜିନ ସରକାର ଗ୍ରାମାଞ୍ଚଳରେ ବିକାଶପାଇଁ ସଂକଳ୍ପବଦ୍ଧ, ସଡ଼କ, ବାସଗୃହ ଓ ପାନୀୟଜଳ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ପହଁଚିବୁ ବୋଲି କହିଛନ୍ତି ଶିବରାଜ ସିଂ ଚୌହାନ I ବିକଶିତ ଭାରତ ପାଇଁ ଗ୍ରାମର ବିକାଶ ହେବ, ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପଷ୍ଟ ନିର୍ଦେଶ ରହିଛି ଏବଂ ଆମେ ସଂକଳ୍ପ ନେଇଛୁ ଓଡ଼ିଶାକୁ ଶ୍ରେଷ୍ଠ କରିବୁ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି I ଆଦିବାସୀଙ୍କ ସେବା ହିଁ ପ୍ରଭୁ ଜଗନ୍ନାଥଙ୍କ ସେବା Iଏ ଆଇ ଏଫ ଯୋଜନାରେ ନୂତନ ଗୋଦାମ ନିର୍ମାଣ ହେବ ବୋଲି ଶ୍ରୀ ଚୌହାନ କହିଥିଲେ I ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ସଡ଼କ, ଆବାସଗୃହ ଓ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇଥିଲେ lରାୟଗଡ଼Iର ସ୍ଥାନୀୟ ଜେଏସକୋ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ବିଷମକଟକ ବିଧାୟକ ନୀଳମାଧଵ ହିକକା, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯାମିନୀ ଷଡ଼ଙ୍ଗୀ,କେନ୍ଦ୍ରୀୟ ନିର୍ଦେଶିକା ରୀନା ଓ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଂଚାସୀନ ଥିଲେ I ୮ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ତାଙ୍କର ରାୟଗଡ଼I ଗସ୍ତ କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା- ୪ର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ l ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ରାୟଗଡ଼I ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ କରାଯିବ l ଏଥିପାଇଁ ୫୬୨. ୧୦କୋଟି ଟଙ୍କା ବ୍ୟୟ କରାଯିବ l

Leave a Reply

Your email address will not be published. Required fields are marked *

error: Content is protected !!