ଚମ୍ପୁଆ ମା’ ତାରିଣୀ ହସ୍ପିଟାଲ ର ପ୍ରତିଷ୍ଠା ଦିବସ ପାଳିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) :ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଫରେଷ୍ଟ ଟ୍ରେନିଂ ସ୍କୁଲ ପାଖରେ ଥିବା ମା ‘ତାରିଣୀ ହସ୍ପିଟାଲ ପ୍ରା. ଲିଃ ର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ ହସ୍ପିଟାଲ ପରିସରରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l

ଏଥିରେ ମା ତାରିଣୀ ହସ୍ପିଟାଲ ର ପରିଚାଳନା ନିର୍ଦେଶକ ଡ଼କ୍ଟର ଗଣେଶ୍ୱର ମହାନ୍ତ, ନିର୍ଦେଶିକା ସୁଚିସ୍ମିତା ମହାନ୍ତ, ବରିଷ୍ଠ ସମାଜ ସାମ୍ବାଦିକ ପ୍ରଦୀପ ପ୍ରଧାନ, ଲେଖକ ଡମ୍ବରୁ ମହାନ୍ତ, ସାମ୍ବାଦିକ ତନ୍ମୟ ପାଲ, ହସ୍ପିଟାଲ ର ସି. ଓ ଡାକ୍ତର ପ୍ରମୋଦ ପାଣି, ଡାକ୍ତର ବ୍ରହ୍ମାନନ୍ଦ ଦାଶ, ଡାକ୍ତର ଓଁକାର ନାଥ ଠାକୁର, ଡାକ୍ତର ରାଜବାଳା ମହାନ୍ତ, ଡା. ଚୁମକିରାଣୀ ପାତ୍ର, ଡା. ରୁଦ୍ରନାରାୟଣ ବଳ, ଡା. ଜାୟତ୍ରୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜନସାଧାରଣଙ୍କୁ ଉର୍ନ୍ନତ ମାନର ସେବା ଯୋଗାଇ ଦେବାକୁ ଦିଗଦର୍ଶନ ଦେଇଥିଲେ l

ପ୍ରଥମେ ପୂଜକ ନିରାକାର ତ୍ରିପାଠୀ ମା ତାରିଣୀଙ୍କ ଫଟୋ ଚିତ୍ରରେ ପ୍ରତିମା ରେ ପୂଜା ଅର୍ଚନା କରିଥିଲେ l ଏଥିରେ ହସ୍ପିଟାଲର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l ପରେ କେକ କଟାଯାଇ ପ୍ରତିଷ୍ଠା ଦିବସ ର ସେଲିବ୍ରେସନ କରାଯାଇଥିଲା l ମା ତାରିଣୀ ହସ୍ପିଟାଲ ମ୍ୟାନେଜର ପ୍ରଶାନ୍ତ କୁମାର ସାହୁ, ପି. ଏ ପିତାମ୍ବର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!