କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : ଚମ୍ପୁଆ ଏନଏସି ଅନ୍ତର୍ଗତ ଓ୍ୱାର୍ଡ ନଂ ୧୩ ର ଅସହାୟ ପରିବାର ଅଜୟ ନାଏକଙ୍କ ସାନଭାଇ ମୃତ୍ୟୁର ସୁଦ୍ଧିକ୍ରିୟା ସହାୟତା ପ୍ରଦାନ କରାଯାଇଛି । ଭରଷା ପରିବାର ସେବା ଟ୍ରଷ୍ଟ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସଭାପତି ଲମ୍ୱୋଧର ମହାନ୍ତ, ଚମ୍ପୁଆ ବ୍ଲକ ସଭାପତି ରଶ୍ମିରେଖା ମହାକୁଡ, ଉପଦେଷ୍ଟା ଦୁଷ୍ମନ୍ତ ବେହେରା, ସଦସ୍ୟ ଶରତ ଚନ୍ଦ୍ର ଖିଲାର, ଦେବାଶିଷ ଗିରି, ସଚ୍ଚିନ ଦାସ ପ୍ରମୁଖ ଯୋଗଦାନ କରି ଏହି ସୁଦ୍ଧିକ୍ରିୟା ସହାୟତା ପ୍ରଦାନ କରିଥିଲେ । ଶୁଖିଲା ଖାଦ୍ୟ ଆଦି ଅଜୟ ନାଏକଙ୍କ ପରିବାରଙ୍କୁ ଭେଟି ଏହି ସହାୟତା ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଆଜି ଏହିଭଳି ୩ଗୋଟି ପରିବାରକୁ ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
