ସୁବର୍ଣ୍ଣପୁର ଜୁନିଅର ରେଡକ୍ରସ ଦ୍ୱାରା ବିଶ୍ଵ ରେଡକ୍ରସ ଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ରେଡ଼କ୍ରସର ପ୍ରତିଷ୍ଠାତା ସାର ଯାଆଁ ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନକୁ ସମଗ୍ର ବିଶ୍ୱରେ ମଇମାସ ୮ ତାରିଖକୁ ବିଶ୍ୱ ରେଡ଼କ୍ରସ ଦିବସ ଭାବରେ ପାଳନ କରାଯାଏ l ଆଜି ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ ପରିବାର ତରଫରୁ ହିକୁଡି ବ୍ରିଜଛକଠାରେ ଦହି ସରବତ ବଣ୍ଟନ କରାଯାଇଥିଲା l ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଲ ଓ ପୂର୍ବତନ ଜେଆରସିଓ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଭାପତି ଭାବେ ଜୁନିଅର ରେଡ଼କ୍ରସ ଅଫିସର ଚନ୍ଦ୍ରମଣି ବାଘ ,ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ସମ୍ମାନୀତ ଅତିଥି ଭାବେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ କୁମାର ପାଣ୍ଡିଆ, ପରମେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶବ କୁମାର ଦାଶ, ମୁର୍ଷୁଣ୍ଢି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳିଆ କର୍ମୀ ପ୍ରମୁଖ ଯୋଗଦେଇ ରେଡ଼କ୍ରସ ପତାକା ଉତ୍ତୋଳନ କରିବା ସହିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହାପରେ ରେଡକ୍ରସର ସାଧନ କର୍ମୀ ଓ ପରାମର୍ଶ ଦାତାମାନେ ରାସ୍ତାରେ ଯାଉଥିବା ପଥିକ ମାନଙ୍କୁ ଦହି ସରବତ ବଣ୍ଟନ କରିଥିଲେ l ଆୟୋଜକ ମାନଙ୍କୁ ଉତ୍ସାହିତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପହଂଚିଥିଲେ l ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବ୍ରତାନନ୍ଦ ଭୋଇ, ଗୋପେଶ ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ଜଗଦିଶ ଦାଶ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ପ୍ରମୁଖ ରକ୍ତଦାନ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ଜୁନିଅର ରେଡ଼କ୍ରସ ଉପ ସଭାପତି ଗତିକୃଷ୍ଣ ମିଶ୍ର, ସାଧନ କର୍ମୀ ହୃଷିକେଶ ଚାନ୍ଦ, ଜଗଦୀଶ ଦାଶ, ଚନ୍ଦ୍ରଶେଖର ମହାପାତ୍ର, ଗୋପେଶ ପଣ୍ଡା, ବିକ୍ରମ କୁମାର ନନ୍ଦ, ପବିତ୍ର ବାରିକ, ଶେଷଦେବ ଛତ୍ର, ଅନିଲ ସେଠି, ନିମାଇଁ ମଲ୍ଲିକ, ହୃଷିକେଶ ଡାଙ୍ଗ, ବିଜୟ ପଣ୍ଡା, ବୈକୁଣ୍ଠ ନାୟକ ବଳରାମ ପୁରୋହିତ, ବିଶ୍ୱନାଥ ପାଣିଗ୍ରାହୀ, ପ୍ରହଲ୍ଲାଦ ନାୟକ, ବେଣୁଧର ସୁରୁଜାଲ, ଚୈତନ୍ୟ ଜଗଦଲା, ଜିତେନ୍ଦ୍ର ପରଡିଆ, ରାଜୁ ମେହେର, ବିଶେଶ୍ୱର ଗୁରୁ, ମଳୟ ଅମାତ, ଅଚ୍ୟୁତ ରଣା, ପ୍ରଜ୍ଞା ପରିମିତl ମିଶ୍ର, ଲୋକନାଥ ଠେଲା, ହେମନ୍ତ ମେହେର ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!