ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ସନ୍ତୋଷୀଙ୍କ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାତ୍ର ସମୟରେ ମା ସନ୍ତୋଷୀଙ୍କୁ ମନ୍ଦିରରୁ ଆଗମନ କରାଯାଇ ଘଣ୍ଟ,ମୃଦୁଙ୍ଗ,ବାଦ୍ୟବାଜଣା ଏବଂ ବାଘ,ବୃଷଭ ଓ ଚଇତି ଘୋଡ଼ା ନାଚର ତାଳେ ତାଳେ ବିରାଟ ପଟୁଆର ସହ ମା ସନ୍ତୋଷୀଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା ।
ଗ୍ରାମର ମଧ୍ୟ ଭାଗ ତଥା ବଡ଼ଦାଣ୍ଡ ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି।ପରମ୍ପରା ଅନୁସାରେ ମା ଗୋଟିଏ ଦିନ ସେହିଠାରେ ଅବସ୍ଥାନ କରିବେ।ଗ୍ରାମବାସୀଙ୍କ ମନୋରଞ୍ଜନ ନିମନ୍ତେ ସକାଳ ରେ ସୁଭଦ୍ରା ପରିଣୟ ଏବଂ ସନ୍ଧ୍ୟାରେ ମହାନ୍ ପୌରାଣିକ ନାଟକ ମହାଭାରତ ମଞ୍ଚସ୍ଥ ହୋଇଥିଲା । ମା ସନ୍ତୋଷୀଙ୍କ କୃପା ଲାଭାର୍ଥେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା।ଗ୍ରାମବାସୀଙ୍କ ସହଯୋଗରେ ମା ସନ୍ତୋଷୀଙ୍କ ଯାତ୍ରା ଶାନ୍ତିଶୃଙ୍ଖଳାରେ ଯାତ୍ରା ସମାପନ ହୋଇଥିଲା।
