ଚମ୍ପୁଆ ବ୍ଲକରେ କାଳବୈଶାଖୀର ତାଣ୍ଡବ:ବ୍ୟାପକ କ୍ଷୟକ୍ଷତି

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ର ଜାଲି ଓ ଭୂଇଁପୁର ଅଞ୍ଚଳରେ ହୋଇଥିବା କାଳବୈଶାଖୀ ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କାଳବୈଶାଖୀ ପ୍ରଭାବ ରେ ବିଭିନ୍ନ ସ୍ଥାନରେ ଘର ଗୁଡିକର ଘର ଛପର ଓ ଆଜବେଷ୍ଟସ ଛାଉଣି ଉଡ଼ି ଯାଇଥିବା ବେଳେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି । ଜାଲି ପଞ୍ଚାୟତ ର ନିଶ୍ଚିନ୍ତିପୁର ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ମହାନ୍ତ ଙ୍କ ନିର୍ମାଣାଧୀନ ଛାତ ଘର ର ସେଣ୍ଟ୍ରିଂ ପବନ ରେ ଉଡିଯାଇ ଅନ୍ୟ ଏକ ସ୍ଥାନ ରେ ପଡିଥିବା ଦେଖିବାକୁ ମିଳିଛି । ଆଜି ଛାତ ପକାଇବା ପାଇଁ ସମସ୍ତ ସେଣ୍ଟ୍ରିଂ କାମ ଶେଷ ହୋଇଥିଲା ।

ତେବେ କାଳବୈଶାଖୀ ଯୋଗୁଁ ଏଥିରେ ତାଙ୍କର ବ୍ୟବହୃତ ସମସ୍ତ ନିର୍ମାଣ ଓ ସେଣ୍ଟ୍ରିଂ ସାମଗ୍ରୀ ଓ ରଡ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବଡ଼ ଧରଣର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ସାଧାରଣ ଲୋକେ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଘରଦ୍ୱାର ଭାଙ୍ଗିବା ସହ ଜୀବିକା ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ପରିବାରମାନେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। ତେଣୁ, ଚମ୍ପୁଆ ବ୍ଲକ ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ଆସି କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାର ଙ୍କୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!