କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ବ୍ଲକର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ଯଥାବିଧି ପାଳିତ ହୋଇଯାଇଛି । କୁଳିନ ମହିଳାମାନେ ପତିଦେବଙ୍କର ଦୀର୍ଘାୟୁ ଜୀବନ କାମନା କରି ଏହି ବ୍ରତ ପାଳନ କରିଛନ୍ତି । ଏହି ଅବସରରେ ଚମ୍ପୁଆ ଗାଁ ସହରଯାଏଁ ସମସ୍ତ ସ୍ଥାନମାନଙ୍କରେ ଏହି ବ୍ରତ ପାଳନ କରିବା ଦେଖାଯାଇଥିଲା । ବିଭିନ୍ନ ମନ୍ଦିର ଏବଂ ବଟବୃକ୍ଷ ଆଦି ଦେବସ୍ଥାନମାନଙ୍କରେ ମହିଳାମାନେ ସମବେତ ହୋଇ ଏହି ପୂଜା ସମାପନ କରିଛନ୍ତି ।
ଚମ୍ପୁଆ ମୁଖ୍ୟାଳୟଠାରେ ଶ୍ରୀରାମ ମନ୍ଦିର, ଶ୍ରୀବଳଦେବଜୀଉ ମନ୍ଦିର, ଚନ୍ଦ୍ରଶେଖର ମହାଦେବ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ହନୁମାନ ମନ୍ଦିର, ମଙ୍ଗଳାମନ୍ଦିର, କାଳିମନ୍ଦିର ଶିରପୁର ଝାରଚଣ୍ଡି ମନ୍ଦିର, ଗୋଧୂଳି ବିଶ୍ୱରୂପାୟ ମହାଦେବ ମନ୍ଦିର, ପାଞ୍ଚପୋଖରୀଆ ଶିବ ମନ୍ଦିର, ମହେଶ୍ୱରପୁର ଶିବମନ୍ଦିର, ରଜିଆ ଶିବମନ୍ଦିର, ହୁଞ୍ଜିପଶି ଶିବମନ୍ଦିର, କାଳିକାପ୍ରସାଦ ତାରିଣୀ ମନ୍ଦିର, ରିମୁଳି ଜଗନ୍ନାଥ ମନ୍ଦିର, ପର୍ଶଳା ଶିବମନ୍ଦିର, ବଡନଇଁ ହରେଶ୍ୱର ମହାଦେବ ମନ୍ଦିର, ସରେଇ ବିରଞ୍ଚିନାରାୟଣ ମନ୍ଦିର, କରଞ୍ଜିଆ ଶିବମନ୍ଦିର, ପଡୁଆ ଶିବମନ୍ଦିର,ନିଉଣ୍ଡି ଜଗନ୍ନାଥମନ୍ଦିର, ଭୁଇଁପୁର ଶିବମନ୍ଦିର, ଜ୍ୟୋତିପୁର ଶିବମନ୍ଦିର, ଫୁଲକଁଳେଇ ଶିବମନ୍ଦିର, ଭଣ୍ଡା ଶିବମନ୍ଦିର, ରଙ୍ଗାମାଟିଆ ଶିବମନ୍ଦିର ପ୍ରମୁଖ ବିଭିନ୍ନ ଶିବମମନ୍ଦିର ତଥା ଦେବସ୍ଥାନ ମାନଙ୍କରେ ଏହି ସାବିତ୍ରୀ ପୂଜା ଯଥାବିଧି ଧୂପଦୀପ ନୈବେଦ୍ୟ ଆଦି ସହିତ ନୂତନ ବସ୍ତ୍ର ପରିଧାନ କରି ସଧବା ରମଣୀମାନେ ଏହି ପୂଜା ସମାପନ କରିଥିଲେ ।
