ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ସପ୍ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି ଯୋଗାସନ ପ୍ରତିଯୋଗିତାର ମହକୁମ୍ଭ ସପ୍ତମ ରାଜ୍ୟସ୍ତରୀୟ ଚମ୍ପିଅନସିପ ପ୍ରତିଯୋଗୀତା। ଏହି ପ୍ରତିଯୋଗୀତାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବେଦାନ୍ତ ଆଲୁମିନାର SCR ମୁଖ୍ୟ ହର୍ମିତ ନେହେରା, ଶିଝିମାଳି ବକ୍ସାଇଟ ବେଦାନ୍ତ ଉପସଭାପତି ପ୍ରତୀକ କୁମାର,ସହ ପ୍ରବନ୍ଧକ ନିଧି ପ୍ରଜାପତି, ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଖାଦ୍ୟ ଯୋଗାଣ ଅଧିକାରୀ ଜ୍ୟୋତି ପ୍ରକାଶ ସୋରେନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ସାଧାରଣ ସମ୍ପାଦକ ମନୋଜ କୁମାର ମୁଖାର୍ଜୀ ଉପସ୍ଥିତ ଥିଲେ।

ପ୍ରଥମେ ପ୍ରଦ୍ଦ୍ଵିପ ପ୍ରଜ୍ୱଳନ କରି ଅତିଥି ମାନେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା।ଯୋଗାସନର ଉପକାରିତା ସମ୍ପର୍କରେ ଏବଂ ଯୋଗାସନ ଜନସଚେତନତା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ। ଏହି ଚମ୍ପିଅନସିପ ପ୍ରତିଯୋଗୀତା ପ୍ରାୟ 20ଟି ଜିଲ୍ଳାର ପ୍ରାୟ 150ରୁ 200ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। 26 ତାରିଖରେ ଏହି କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ବିଜୁ ପଟ୍ଟନାୟକ ଓଡ଼ିଟରୀୟମ ଠାରେ ଅନୁଷ୍ଠିତ ହେବ ବୋଲି ନୃସିଂହ ବାହିନୀପତି ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat