ଯୁକ୍ତ ୨ ବିଜ୍ଞାନରେ ରାକେଶ ବିଷୋୟୀ ବୁଗୁଡ଼ା ବ୍ଲକ୍ ଟପ୍ପର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଯୁକ୍ତ ୨ ବିଜ୍ଞାନ ପରୀକ୍ଷା-୨୦୨୬ ଫଳାଫଳ ପ୍ରକାଶ ପାଇବା ପରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସର୍ବାଧ‌ିକ ୫୫୮ (୯୩%)ନମ୍ବର ରଖି ବୁଗୁଡ଼ା ବ୍ଳକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି। ବୁଗୁଡା ବ୍ଳକ ଅନ୍ତର୍ଗତ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ଏବଂ ତାଙ୍କର ୩୨ ଜଣ ଅକୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୯୪ ଜଣ, ଦ୍ଵିତୀୟ ଶ୍ରେଣୀରେ ୬୭ ଜଣ ଓ ତୃତୀୟ ଶ୍ରେଣୀରେ ୪୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୬ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୫୫ ଜଣ, ଦ୍ଵିତୀୟ ଶ୍ରେଣୀରେ ୪୦ ଜଣ ଓ ତୃତୀୟ ଶ୍ରେଣୀରେ ୩୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ ହୋଇଛନ୍ତି । ସେହିପରି ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୩୦ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୬ ଜଣ ଓ ତୃତୀୟ ଶ୍ରେଣୀରେ ୧ ଜଣ ହିସାବରେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଅନ୍ୟପକ୍ଷରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ଜଣଙ୍କ ମଧ୍ୟରୁ ୨୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୯ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୧ ଜଣ ଓ ତୃତୀୟ ଶ୍ରେଣୀରେ ୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ଚଳିତ ବର୍ଷ ବୁଗୁଡ଼ା ବ୍ଲକରେ +୨ ବିଜ୍ଞାନର ପାସ୍‌ ହାର ୮୬.୨୬ ପ୍ରତିଶତ ରହିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat