କେନ୍ଦୁଝର/ଚମ୍ପୁଆ(ପ୍ରଦୀପ କୁମାର ମହନ୍ତ): +୨ ବିଜ୍ଞାନ ଓ କଳାରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବେଶ୍ ସଫଳତା ହାସଲ କରିଛନ୍ତି ।ଚଳିତ ବର୍ଷ +୨ କଳା କ୍ଷେତ୍ରରେ ମୋଟ୍ ୨୬୪ ପିଲା ପରୀକ୍ଷା ପ୍ରଦାନ କରିଥିଲେ । ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୫୬ ଜଣ ଉତୀର୍ଣ୍ଣ ହୋଇଛନ୍ତି । ତୃତୀୟ ଶ୍ରେଣୀରେ ୧୬୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
ଏଥିରେ ୮ ଜଣ ଫେଲ ଓ ୪ ଜଣ ଅନୁପସ୍ଥିତ ରହିଥିଲେ । ସେହିପରି ବିଜ୍ଞାନରେ ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୧୧ ଜଣ ପ୍ରଥମ ଶ୍ରେଣୀ ୨୨ ଜଣ ଦ୍ୱିତୀୟ ଶ୍ରେଣୀ ଓ ୩୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ନଦେଇ ଅନୁପସ୍ଥିତ ରହିଥିଲେ । ତେବେ ବହୁ ଦିନ ବ୍ୟବଧାନ ପରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର +୨ ଶ୍ରେଣୀରେ ବିଜ୍ଞାନ ଏବଂ କଳା କ୍ଷେତ୍ରରେ ଆଶାନୁ ରୂପ
ସଫଳତା ହାସଲ କରିଛି ।
