ଓସିଏସ୍ ପରୀକ୍ଷାରେ ବୁଗୁଡ଼ାର ସଂଘମିତ୍ରା ପାତ୍ର କୃତକାର୍ଯ୍ୟ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଓଡିଶା ଲୋକସେବା ଆୟୋଗ ( ଓପିଏସସି) ଦ୍ଵାରା ପରିଚାଳିତ ଓଡିଶା ସିଭିଲ ସେବା ପରୀକ୍ଷାରେ ବୁଗୁଡାର ସଂଘମିତ୍ରା ପାତ୍ର ୧୮୭ ରାଙ୍କରେ ରହି କୃତକାର୍ଯ୍ୟ ହୋଇଥ‌ିବା ଜଣାଯାଇଛି। ସେ ବୁଗୁଡ଼ା ଏନଏସି ଅନ୍ତର୍ଗତ ନୂଆସାହି ନିବାସୀ ଧ୍ରୁବଚରଣ ପାତ୍ର ଓ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ପାତ୍ର ଙ୍କ ସୁପୁତ୍ରୀ ଅଟନ୍ତି। ସେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ତାଙ୍କର ଶିକ୍ଷାରମ୍ଭ କରି ଷଷ୍ଠରୁ ଦ୍ଵାଦଶ ଯାଏଁ ନବୋଦୟ ବିଦ୍ୟାଳୟ ଏବଂ ଯୁକ୍ତ ୩ ଶଶିଭୂଷଣ ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିବା ବେଳେ ଭଞ୍ଜନଗର ସିଭିଲ କୋର୍ଟରେ ଜୁନିୟର କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ। ତେବେ ସେ ଓସିଏସ୍ ପରୀକ୍ଷାରେ ରେ କୃତକାର୍ଯ୍ୟ ହୋଇ ବୁଗୁଡ଼ା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat