ମୋଟାବାଡ଼ି ଶ୍ରୀ ଗୋପୀନାଥ ବିଦ୍ୟାପୀଠ ଏବଂ ଗୌରୀଶଙ୍କର ମିଶ୍ରଙ୍କୁ ‘ପ୍ରକୃତି ବନ୍ଧୁ’ ପୁରସ୍କାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୃଦ୍ଧି ପାଉଥିବା ପ୍ରଦୂଷଣ, ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧିନସ୍ଥ ମୋଟାବାଡି ଶ୍ରୀ ଗୋପୀନାଥ ବିଦ୍ୟାପୀଠ ଦ୍ବାରା ବିଭିନ୍ନ ସମୟରେ ବିଦ୍ୟାଳୟ ତରଫରୁ ଗଛ ଲଗାଇବା ବହୁ କାର୍ଯକ୍ରମ ହାତକୁ ନେଇଥାଏ ।

ଯଦ୍ୱାରା ବ୍ରହ୍ମପୁର ସ୍ଥିତ ଡି ଏଫ୍ ଓ କାର୍ଯ୍ୟାଳୟ ଠାରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ସ୍ଥିତ ଶ୍ରୀ ଗୋପୀନାଥ ବିଦ୍ୟାପୀଠ କୁ ପକୃତି ମିତ୍ର ପୁରସ୍କାର ସହ କୋଡ଼ିଏ ହଜାର ଟଙ୍କାର ଏକ ଚେକ୍ ସହିତ ମାନପତ୍ର ପ୍ରଦାନ କରାଯାଇଛି।ଏହି ପୁରସ୍କାର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ଦାସ ବ୍ରହ୍ମପୁର ଡ଼ି.ଏଫ.ଓ.ଙ୍କ ଠାରୁ ଗ୍ରହଣ କରିଛନ୍ତି।ଏହି ପୁରସ୍କାର ପାଇଥିବା ଯୋଗୁଁ ବୁଗୁଡ଼ା ବନ ବିଭାଗ କର୍ମଚାରୀ,ପରିବେଶ ପ୍ରେମୀ ଗୋପାଳ ପାତ୍ରଙ୍କ ସହଯୋଗ କରିଥିବା ଯୋଗୁଁ ତାଙ୍କୁ ଅନୁଷ୍ଠାନ ତରଫରୁ ମଧ୍ୟ ଧନ୍ୟବାଦ ପ୍ରଦାନ କରାଯାଇଛି।ଅନ୍ୟପକ୍ଷରେ ବୁଗୁଡ଼ା ବ୍ଲକ ତାଳସାକର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି।

Leave a Reply

Your email address will not be published. Required fields are marked *

Powered by Joinchat