ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବିଶାଳ ଗଣପଦଯାତ୍ରା ଅନୁଷ୍ଠିତ

ରାୟଗଡ଼ା (ଗୋପୀନାଥ ଗୌଡ଼) : ସାମାଜିକ ସଚେତନତା, ସୁସ୍ଥ ଜୀବନଶୈଳୀର ପ୍ରଚାର ଏବଂ ଭ୍ରାତୃତ୍ୱବୋଧର ବିକାଶ ଉଦ୍ଦେଶ୍ୟରେ ସାଇପ୍ରିୟା ୱାକର୍ସ କ୍ଲବ, ରାୟଗଡ଼ା ପକ୍ଷରୁ ଏକ ଭବ୍ୟ ଗଣପଦଯାତ୍ରା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି।କ୍ଲବର ସଭାପତି ୱାକର ଜୟକୃଷ୍ଣ ପ୍ରଧାନ ଏହି ପଦଯାତ୍ରାର ନେତୃତ୍ୱ ଗ୍ରହଣ କରିଥିବାବେଳେ, ରାୟଗଡ଼ା ଅଞ୍ଚଳର ଆଞ୍ଚଳିକ ସଭାପତି ୱାକର ଡା. ଏମ୍‌. ସୁରେଶ କୁମାରଙ୍କ ଦିଗ୍ଦର୍ଶନ ଓ ପ୍ରେରଣା କାର୍ଯ୍ୟକ୍ରମକୁ ଅଧିକ ଗୌରବମୟ କରିଥିଲା। ସାଧାରଣ ସମ୍ପାଦକ ୱାକର ଜଗନ୍ନାଥ ନାୟକ, କୋଷାଧ୍ୟକ୍ଷ ୱାକର କେ. ବୈକୁଣ୍ଠ ରାଓ, ଉପ-ସଭାପତି ୱାକର ଲାଲମୋହନ ବେହେରା ଓ ୱାକର ବିପ୍ରଚରଣ ବ୍ରହ୍ମାଙ୍କ ସକ୍ରିୟ ସହଯୋଗ ଏହି କାର୍ଯ୍ୟକ୍ରମର ସଫଳତାରେ ବିଶେଷ ଭୂମିକା ନିର୍ବାହ କରିଥିଲା।

ଏହି ଅବସରରେ ବରିଷ୍ଠ ସଦସ୍ୟ ୱାକର ବି. ଏମ୍‌. ରାଓ ପଟ୍ଟନାୟକ, ୱାକର ୱାଇ. ଏନ୍‌. ରାଓ, ୱାକର କେ. ରମେଶ, ୱାକର ବଂଶୀଧର ରାଉଳ, ୱାକର ଖିରୋଜ ପ୍ରଧାନ, ୱାକର ଲକ୍ଷ୍ମୀନାରାୟଣ ପଣ୍ଡା, ୱାକର ଏସ୍‌. ଏନ୍‌. ଖଡ଼ଙ୍ଗା, ଶ୍ରୀମତୀ ସୁଶୀଳା ନାୟକ ଓ ଶ୍ରୀମତୀ ସଂଯୁକ୍ତା ରାଣୀ ପଣ୍ଡାଙ୍କ ସମେତ ପ୍ରାୟ ୩୨ ଜଣ ସଦସ୍ୟ ଉତ୍ସାହର ସହିତ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।ଏହା ସହିତ କ୍ଲବ ଦ୍ୱାରା ପ୍ରଶିକ୍ଷିତ ଜୁନିୟର ଓ ସିନିୟର ବ୍ୟାଡମିଣ୍ଟନ ଖେଳାଳିମାନେ ମଧ୍ୟ ଉତ୍ସାହପୂର୍ଣ୍ଣ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ଜନମୁଖୀ କରିଥିଲେ।

ପ୍ରାୟ ୨ କିଲୋମିଟର ବ୍ୟାପୀ ଏହି ପଦଯାତ୍ରା ସମୟରେ ଅଂଶଗ୍ରହଣକାରୀମାନେ ସ୍ୱାସ୍ଥ୍ୟ ସଚେତନତା, ପରିବେଶ ସୁରକ୍ଷା, ସାମାଜିକ ଐକ୍ୟ ଓ ଭ୍ରାତୃତ୍ୱ ସମ୍ପର୍କ ସୁଦୃଢ଼କରଣ ନିମନ୍ତେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ପ୍ରଦାନ କରି ସାଧାରଣ ଜନତାଙ୍କୁ ପ୍ରେରିତ କରିଥିଲେ।ଶେଷରେ, ସମସ୍ତ ସଦସ୍ୟଙ୍କ ଏକତା, ନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧ ଏହି ଗଣପଦଯାତ୍ରାକୁ ଏକ ସ୍ମରଣୀୟ ଓ ସଫଳ ଜନଜାଗରଣ କାର୍ଯ୍ୟକ୍ରମରେ ପରିଣତ କରିଥିବା ମତ ପ୍ରକାଶ

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat