ପୋଷାକ ବଣ୍ଟନରେ ଅନିୟମିତତା ଅଭିଯୋଗ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଚମ୍ପୁଆ ବ୍ଲକରେ ପୋଷାକ ବିତରଣରେ ପୁଣି ଅନିୟମିତତା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଚଳିତ ବର୍ଷ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପ୍ରାଥମିକ ଶିକ୍ଷା ବର୍ଗରେ ସରକାରଙ୍କ ପକ୍ଷରୁ ମାଗଣା ଦୁଇ ହଳ ପୋଷାକ ପ୍ରଦାନ କରିବା ବ୍ୟବସ୍ଥା ହୋଇଛି । ଏତଦବ୍ୟତୀତ ଜୋତା, ମୋଜା, ଘର ପୋଷାକ(ହାଉସ ଡ୍ରେସ), ପରିଚୟ ପତ୍ର ମଧ୍ୟ ମାଗଣା ପ୍ରଦାନ କରାଯାଉଛି । ଏଥିନିମନ୍ତେ ସ୍କୁଲ ପୋଷାକ ପାଇଁ ସ୍ୱୟଂ ସହାୟକ ଗୋଷ୍ଠି ଆଦିଙ୍କୁ ଟେଣ୍ଡର ଜରିଆରେ ପ୍ରଦାନ କରାଯାଉଛି । ମାତ୍ର ଚଳିତ ବର୍ଷ ମଧ୍ୟ ଗତବର୍ଷ ଭଳି ବିଦ୍ୟାଳୟଗୁଡିକୁ ଯେଉଁ ପୋଷାକ ପ୍ରଦାନ କରାଯାଇଥିଲା ସେଥିରେ ପିଲାଙ୍କୁ ଯେଉଁ ପୋଷାକ ପ୍ରଦାନ କରାଯାଇଛି ସେଥିରେ ବହୁ ଅନିୟମିତତା ଦେଖାଯାଇଛି ।

ପିଲାଙ୍କୁ ଯେଉଁ ଡ୍ରେସ ଦିଆଯାଇଛି ମାପ ଅନୁସାରେ ତାହା ଦିଆଯାଇନାହିଁ । କେଉଁଠି ଛୋଟ ତ କେଉଁଠି ବଡ । ଝିଅମାନଙ୍କୁ ଏବଂ ପିଲାମାନଙ୍କୁ ମାପ ନନେଇ ଆନୁମାନିକ ପିଲାଗଣତି କରି ଡ୍ରେସଗୁଡିକ ଠିକାଦାରମାନେ ସ୍କୁଲ କାର୍ଯ୍ୟାଳୟରେ ଜମା ଦେଇ ଚାଲିଆସୁଛନ୍ତି । ଏତଦବ୍ୟତୀତ କୋଉଠି ଛୁଆଙ୍କୁ ଫ୍ରକଦେଲେ ପ୍ୟାଣ୍ଟ ନାହିଁ । ଚୁଟିଦାର ଦେଲେ ଚୁନରି ନାହିଁ । ଏଭଳି ବିଭିନ୍ନ ସମସ୍ୟା ପୋଷାକ ବଣ୍ଟନରେ ଅନିୟମିତତା ଦେଖିବାକୁ ମିଳିଛି । ଏତଦବ୍ୟତୀତ ଭେଣ୍ଡରମାନେ ଗତବର୍ଷର ଅନିୟମିତତା ସତ୍ୱେ ଚଳିତ ବର୍ଷ ମଧ୍ୟ ତାର ପୁନରାବୃତ୍ତି ଘଟିଛି । ଏ ସମ୍ୱନ୍ଧରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି ମୁଁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat