ନୂତନ ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ

ଅନୁଗୋଳ(ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକର ତୁଳସୀପାଳ ଗ୍ରାମ ପଞ୍ଚାୟତର କଙ୍କିନାଳୀଠାରେ ନୂତନ ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ। ତାଙ୍କ ସହ ଦଳର ବହୁ ବରିଷ୍ଠ ନେତୃବୃନ୍ଦ, କର୍ମକର୍ତ୍ତା ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ଉପସ୍ଥିତ ସମସ୍ତେ ଦଳକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ଏବଂ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat