ସାପ କାମୁଡ଼ା ନିବାରଣ ଓ ପରିଚାଳନା ସମ୍ପର୍କିତ ସଚେତନତା ଶିବିର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ଓଡିଶା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ବୁଗୁଡା ଥାନା ବାଲିପଦର ଫାଣ୍ଡି ପରିସରରେ ସାପ କାମୁଡ଼ା ନିରାକରଣ ଓ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ମେଡିକାଲ ଅଫିସର ଡ.ପଦାରବିନ୍ଦ ଷଡଙ୍ଗି, ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ, ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ, ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡି ପ୍ରମୁଖ ଯୋଗ ଦେଇଥିଲେ।

ଏ ଅବସରରେ ଉପସ୍ଥିତ ଶିବିରାର୍ଥୀଙ୍କୁ ସାପ କାମୁଡ଼ାରୁ ବର୍ତ୍ତିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ , ସାପ କାମୁଡାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଡାକ୍ତରୀ ଚିକିତ୍ସାକୁ ପ୍ରଧାନ୍ଯ ଦେବା, ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଆଦି ସମ୍ପର୍କରେ ଅବଗତ ପୂର୍ବକ ସଚେତନ କରାଯାଇଥିଲା। ଏଥି ସହ ଶିବିରାର୍ଥୀଙ୍କୁ ସର୍ପାଘାତର ପ୍ରତିକାର ସମ୍ପର୍କିତ ଆବଶ୍ୟକୀୟ ସୂଚନା ଏବଂ ବ୍ଯବହାରିକ ମାର୍ଗଦର୍ଶିକା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ପୁରୁଷ ଓ ମହିଳାଙ୍କ ସମେତ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ପ୍ରକାଶ ଯୋଗ୍ୟ ଯେ, ବର୍ଷାଋତୁ ଆରମ୍ଭ ହେବା ସହିତ ବୁଗୁଡ଼ା ଥାନା ଅଞ୍ଚଳରେ ସର୍ପାଘାତର ଶିକାର ହୋଇ ସଚେତନତା ଅଭାବରୁ ଅନେକ ବ୍ଯକ୍ତି ମୃତ୍ଯୁ ବରଣ କରିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏଭଳି ସଚେତନତା ଶିବିର ଆୟୋଜନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat