କେନ୍ଦ୍ର ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା । ପରୀକ୍ଷା ଅନିୟମିତତା ଏବଂ NEET ପେପର ଲିକ୍ ନେଇ ଦିଲ୍ଲୀରେ ଏକ ମାସ ଧରି ଛାତ୍ର ଆନ୍ଦୋଳନ ଜାରି ରହିବା ପରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି ।

ନିଜ ଇସ୍ତଫାପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛନ୍ତି।ଏକ ସୁଦୃଢ଼, ଅନ୍ତର୍ଭୁକ୍ତିମୂଳକ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହିଁ ଦେଶର ବିକାଶର ମୂଳଦୁଆ ବୋଲି ସେ ସଦାସର୍ବଦା ବିଶ୍ୱାସ କରିଆସିଛନ୍ତି। “ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ମାତ୍ରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଘଟଣାର ତଦନ୍ତ CBI କୁ ହସ୍ତାନ୍ତର କରାଯାଇଥିଲା, ପୁନଃପରୀକ୍ଷା କରାଯାଇଥିଲା ଏବଂ ଆସନ୍ତା ବର୍ଷଠାରୁ NEET ପରୀକ୍ଷା ସମ୍ପୂର୍ଣ୍ଣ କମ୍ପ୍ୟୁଟର-ଆଧାରିତ (CBT) ମୋଡ୍ ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat