ଅନୁଗୁଳ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ କାର୍ଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉକ୍ତ ଦିବସ ପାଳିତ ହୋଇଯାଇଛି |ଏହି ଉପଲକ୍ଷେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଶ୍ରୀମାନ ଦର୍ଶ ସିଂହ ଶପଥ ପାଠ କରାଇବା ସହିତ ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଦିବ୍ୟଙ୍କା ଦାସ କାର୍ଗିଲ ଦିବସର ମହତ୍ତ୍ଵ ପ୍ରତିପାଦନ କରିଥିଲେ |

ଏହି କାର୍ଯ୍ୟକ୍ରମରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଆଲିଶା ପ୍ରିୟଦର୍ଶନୀ ଓ ଦିବ୍ୟଙ୍କା ସ୍ଵାଇଁ ସୁନ୍ଦର ସଙ୍ଗୀତ ପରିବେଷଣ କରିବା ସହିତ ଛାତ୍ରୀ ଏସ . ଅବନ୍ତିକା କାର୍ଗିଲ୍ ବିଜୟ କାହାଣୀରେ ସମସ୍ତଙ୍କୁ ମୁଗ୍ଧ କରିଥିଲେ | ନବମ ଶ୍ରେଣୀର ଛାତ୍ର ସଂସ୍କାର ସାଇଶ୍ରିତ ଦାସ କାର୍ଗିଲ୍ ଦିବସର ଅନୁଚିନ୍ତା କହିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ମହୋଦୟା ଉଚ୍ଚ ପ୍ରସଂଶା କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ହେରିଟେଜ୍ କ୍ଲବର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |
