କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗୁଇଁ ଯୋଗଦେଇ ଭାରତୀୟବୈଜ୍ଞାନିକମାନଙ୍କର ବିଜ୍ଞାନ କ୍ଷେତ୍ରରେ ଅବଦାନ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁଅବଗତ କରାଇଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଅଖିଳ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ଗିରି ଆଦିଯୋଗଦେଇ ବିଜ୍ଞାନ କିପରି ମାନବ ଜୀବନକୁ ଉନ୍ନତ ଓ ସରସ ସୁନ୍ଦର କରିପାରିଛି ସେବିଷୟରେ ସଚେତନ କରିବା ସହିତ ନୂତନ ଉଦ୍ଭାବନ କରିବା ପାଇଁଁ ଛାତ୍ରଛାତ୍ରୀମାନଙ୍କୁପ୍ରେରଣା ଦେଇଥିଲେ । ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ ଯୋଗଦେଇବିଜ୍ଞାନ ବିନା ଆଜି ମଣିଷ ତିଳେହେଲେ ବଞ୍ଚିବା ଅସମ୍ଭବ ବୋଲି କହିଥିଲେ ।
ପରିଚାଳନାସମିତିର ସଦସ୍ୟା ପ୍ରତିଭା ମଞ୍ଜରୀ ନାୟକ ଆଦି ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଜ୍ଞାନ ବିଜ୍ଞାନ ମେଳାର ଆଭିମୁଖ୍ୟ କଥନ କରିବା ସହିତସୂଚନା ପ୍ରଦାନ କରିଥିଲେ । ଆଚାର୍ଯ୍ଯ ଭାସ୍କର ଚନ୍ଦ୍ର ମହାକୁଡ଼ ଅତିଥି ପରିଚୟପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମହାନ୍ତଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଜ୍ଞାନ ପ୍ରକଳ୍ପ,ପ୍ରଶ୍ନମଞ୍ଚ, ସଂସ୍କୃତ ଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରକଳ୍ପ, ବୈଦିକ ଗଣିତପ୍ରଶ୍ନମଞ୍ଚ, ପତ୍ରବାଚନ, କଥା କଥନ, ମୂର୍ତ୍ତି କଳା ଆଦି ପ୍ରତିଯୋଗିତା କରାଯାଇଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ମୋଟ ୯୨ଟିପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ବିିଭିନ୍ନ ବିଷୟରେ ମୋଟ ୨୪୮ଜଣ ଛାତ୍ର ଛାତ୍ରୀଅଂଶ ଗ୍ରହଣ କରିଥିଲେ ।
ବିଜ୍ଞାନ ଆଚାର୍ଯ୍ୟ କିର୍ତ୍ତୀଚନ୍ଦ୍ର ମହାପାତ୍ର ଜ୍ଞାନବିଜ୍ଞାନ ମେଳାର ବିବରଣୀ ପାଠ କରିଥିଲେ ,ନିର୍ମଳ ଚନ୍ଦ୍ର ମହାନ୍ତ, ରବିନ୍ଦ୍ର କୁମାରପଣ୍ଡା, ପ୍ରିୟଦର୍ଶିନୀ ଗିରି , ପଲ୍ଲିଶ୍ରୀ ଭାର୍ଗବୀ ପ୍ରଧାନ, ସରଳା ପ୍ରଧାନ,ଓମପ୍ରଭା ପ୍ରଧାନ, ସୁଶାନ୍ତ କୁମାର ଗିରି, ଚିତ୍ତରଞ୍ଜନ ମହାନ୍ତ, ସତ୍ୟଜିତ ପ୍ରଧାନ, ବସନ୍ତ କୁମାର ମହାନ୍ତ, ତ୍ରିବେଣୀ ପାତ୍ର , ସରୋଜ କୁମାର ପାତ୍ରଙ୍କ ସମେତ ସମସ୍ତଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
