ରାୟଗଡ଼ (ଗୋପୀନାଥ ଗୌଡ଼): ବିଳମ୍ୱିତ ରାତିରେ ସଟର ତାଡି ଔଷଧ ଦୋକାନରୁ ଚୋରି ହୋଇଛି ୪୦ହଜାର ଉର୍ଦ୍ଧ ଟଙ୍କା ଏବଂ ଗୋଟିଏ ମୋବାଇଲ ଚୋରି ହୋଇଥିବା କହିଛନ୍ତି ଦୋକାନ ମାଲିକ ଦାଶରଥୀ ସାହୁ। ରାୟଗଡ଼ ସହରସ୍ଥିତ ମେନ୍ ରୋଡ଼ରେ ଥିବା ଏକ ଔଷଧ ଦୋକାନରୁ ବିଳମ୍ବିତ ରାତିରେ ସଟର ତାଡ଼ି ଚୋରି ହୋଇଛି। ମା ରାଜଲକ୍ଷ୍ମୀ ଔଷଧ ଦୋକାନ ଆଜକୁ ୪ବର୍ଷ ଧରି ଖୋଲା ହୋଇଛି ବୋଲି ଦାଶରଥି ସାହୁ କହିଛନ୍ତି। ଏ ନେଇ ସେ ସ୍ଥାନୀୟ ପୁଲିସ୍ ଥାନାରେ ଅଭିଯୋଗ କରିଛନ୍ତି।ପୁଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି।
