ଅନୁଗୋଳରେ ଏଆଇ-ଆଧାରିତ ଇ-ଚାଲାଣ ବ୍ୟବସ୍ଥା ,୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ।

ଅନୁଗୋଳ (ଅଜିତ କୁମାର ଭୋଇ) : ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଏଆଇ (AI) ଆଧାରିତ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ମୋଟର ଯାନ ଆଇନର ଧାରା ୧୯୪(ସି) ଓ ୧୯୪(ଡି) ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରାଯାଉଛି।ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ହିଁ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ହୋଇଥିବା ବେଳେ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ନିକଟକୁ ଇ-ଚାଲାଣ ପଠାଯାଇଛି। ଅନୁଗୋଳ ପୋଲିସ ସମସ୍ତ ଯାନଚାଳକଙ୍କୁ ଟ୍ରାଫିକ୍ ନିୟମ ମାନିବା, ଦୁଇଚକିଆ ଯାନ ଚଳାଇବା ସମୟରେ ନିଶ୍ଚିତ ଭାବେ ହେଲମେଟ୍ ପିନ୍ଧିବା ଏବଂ ଦାୟିତ୍ୱର ସହ ଗାଡ଼ି ଚଳାଇ ସଡ଼କ ସୁରକ୍ଷା ବଜାୟ ରଖିବାକୁ ଅନୁରୋଧ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat