ଗଞ୍ଜାମ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଗୁଡ଼ା ବ୍ଲକ ପରିସରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଚ୍ଚିତାନନ୍ଦ ନାୟକ, ଆରକ୍ଷୀ ଅଧୀକ୍ଷକ ହରିଶ ବିଶି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସମୀର କୁମାର ଜେନା ଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ।ଏହି ଜନ ଶୁଣାଣିରେ ବିଭିନ୍ନ ପଞ୍ଚାୟତ ଓ ଅଞ୍ଚଳରୁ ଆସିଥିବା ଲୋକମାନେ ପାନୀୟ ଜଳ,ରାସ୍ତାଘାଟ, ବିଦ୍ୟୁତ, ଭତ୍ତା, ଜମିଜମା, ଆବାସ ଯୋଜନା ଓ ଅନ୍ୟାନ୍ୟ ଜନସମସ୍ୟା ସମ୍ପର୍କିତ ମୋଟ ୧୧୦ ଟି ଅଭିଯୋଗ ଦାଖଲ କରିଥିଲେ।

ଅଧିକାରୀମାନେ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ରେଡ଼କ୍ରସ ତରଫରୁ ୭ ଜଣଙ୍କୁ ୩୮ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ୬ ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସିଧାସଳଖ ସମନ୍ୱୟ ସ୍ଥାପନ କରି ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଲକ୍ଷ୍ୟରେ ଏହି ଯୁଗ୍ମ ଜନ ଶୁଣାଣି ଆୟୋଜନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat