ଅନୁଗୋଳ (ଅଜିତ କୁମାର ଭୋଇ): ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତିପୁର ଗ୍ରାମ ପଞ୍ଚାୟତର ଯୋରାଗାଡ଼ିଆ, କୃଷ୍ଣଚନ୍ଦ୍ରପୁର, ତିଳେଇପଶି ଓ ଖଜୁରିଆ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟା ନେଇ ଭରତପୁର କ୍ଷେତ୍ର ମହାପ୍ରବନ୍ଧକ (GM)ଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ।ଆଲୋଚନା ସମୟରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ବିଧାୟକ ଶ୍ରୀ ପ୍ରଧାନ ମହାପ୍ରବନ୍ଧକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ଏବଂ ଆବଶ୍ୟକ ବିକାଶମୂଳକ ପଦକ୍ଷେପ ନେବାକୁ ଦାବି ରଖିଥିଲେ।ଅଞ୍ଚଳବାସୀଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ନେଇ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଭରତପୁର କ୍ଷେତ୍ର ମହାପ୍ରବନ୍ଧକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
