ଅନୁଗୋଳରେ ଅଜଗର ଉଦ୍ଧାର, ପ୍ରାକୃତିକ ଆବାସରେ ଛାଡ଼ିଲା ବନ ବିଭାଗ

ଅନୁଗୋଳ (ଅଜିତ୍ କୁମାର ଭୋଇ) : ବଡ଼ଖାଲି ଗ୍ରାମରେ ଏକ ଭାରତୀୟ ଅଜଗର ଠାବ ହେବା ପରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ତୁରନ୍ତ ଉଦ୍ଧାର ଅଭିଯାନ କରାଯାଇଛି। ଗତ ୨୦ ଅଗଷ୍ଟ ରାତି ପ୍ରାୟ ୯ଟା ୩୫ ମିନିଟ୍‌ରେ ଗଣ୍ଠିଗାଡ଼ିଆ ବିଟ୍‌ର ଫରେଷ୍ଟ ଗାର୍ଡଙ୍କୁ ଏନେଇ ଜରୁରୀ ସୂଚନା ମିଳିଥିଲା।ସୂଚନା ପାଇବା ପରେ ବନ ବିଭାଗର ଉଦ୍ଧାରକାରୀ ଦଳ CNEW Wildlife Protection NGOର ସଦସ୍ୟମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସତର୍କତାର ସହ ଅଜଗରଟିକୁ ଉଦ୍ଧାର କରାଯାଇଥିଲା। ପରେ ରେଞ୍ଜ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଅଜଗରଟିକୁ ଏହାର ଉପଯୁକ୍ତ ପ୍ରାକୃତିକ ଆବାସରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା।

ଉଦ୍ଧାର ଅଭିଯାନରେ ଫରେଷ୍ଟ ଗାର୍ଡ ମନ୍ମଥ ରଞ୍ଜନ ମହାନ୍ତି, ଗଜମିତ୍ର ରତିକାନ୍ତ ସାମଲ, ରାକେଶ ମାଝୀ, ଚନ୍ଦନ ସାମଲ ଓ ଅଜିତ ସାମଲଙ୍କ ସହ CNEW Wildlife Protection NGOର ଶ୍ରୀତମ ଅମନ୍ତ ଓ ରୋଶନ କୁମାର ସିଂହ ସାମିଲ ହୋଇଥିଲେ।ବନ୍ୟଜନ୍ତୁଙ୍କୁ ନିରାପଦ ଭାବେ ଉଦ୍ଧାର କରି ସେମାନଙ୍କ ପ୍ରାକୃତିକ ପରିବେଶକୁ ଫେରାଇବା ଦିଗରେ ବନ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନର ଏପରି ସମନ୍ୱିତ ପଦକ୍ଷେପ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସହାବସ୍ଥାନକୁ ଆହୁରି ସୁଦୃଢ଼ କରୁଛି।

Leave a Reply

Your email address will not be published. Required fields are marked *

Powered by Joinchat