ନକଲି ପନିର୍‌ ପାଇଁ ନାଲକୋ ଏବଂ ବଅଁରପାଳରେ ଚଢ଼ଉ

ଅନୁଗୁଳ/ବନ୍ତଳା (ଅଜିତ କୁମାର ଭୋଇ): ଅନୁଗୋଳ ସହରରେ ଚିହ୍ନଟ ହୋଇଛି ନକଲି ପନିର୍ । ନକଲି ପନିର୍ କୁ ଚିହ୍ନିବା ପାଇଁ ଦ୍ୱନ୍ଦ ରେ ପଡ଼ିଛନ୍ତି ଖାଉଟି। ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ତିନି ଦିନରେ ପହଁଞ୍ଚିଛି ଚଢ଼ଉ । ଚଢ଼ଉ ସମୟରେ ଖାଦ୍ୟ ନାଁ’ରେ ଜହର ବିକ୍ରି ସାମ୍ନାକୁ ଆସିବା ପରେ ଖାଉଟି ଛାନିଆ । ରାଜ୍ୟ ସାରା ନକଲି ପନିର୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ପୁଣି ଚଢ଼ଉ ହୋଇଥିଲା। ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରିଣୀ ହରପ୍ରିୟା ବେହେରାଙ୍କ ନେତୃତ୍ବରେ ଅନୁଗୋଳ ସହର, ନାଲକୋ, ବଅଁରପାଳ ଅଞ୍ଚଳରେ ୨୦ ରୁ ଅଧିକ ପନିର୍‌ ଓ ମିଠା ଦୋକାନରେ ଯାଞ୍ଚ କରାଯାଇଥିଲା। ପନିର୍‌ରେ ଆୟୋଡିନ୍ ଯୁକ୍ତ ରସାୟନିକ ମିଶାଇବା ପରେ ପନିର୍ ରଙ୍ଗ କଳା ହୋଇଯାଇଥିଲା।

ଦୋକାନୀଙ୍କ ସାମ୍ନାରେ ଯାଞ୍ଚ କରି ନକଲି ସ୍ପଷ୍ଟ ହେବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିଛି ଦୋକାନୀଙ୍କ ଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ସେମାନଙ୍କୁ ତାଗିଦ୍ କରାଯାଇଛି। ନକଲି ସମାଗ୍ରୀ କୁ ନଷ୍ଟ କରି ଦେଇଥିବା ବେଳେ ଖାଇବା ତେଲ ଉପରେ ମଧ୍ୟ ଯାଂଚ କରାଯାଇଥିଲା । କିଛି ପନିର୍ ଏବଂ ଛେନା ର ସମ୍ପୂଲ ସଂଗ୍ରହ କରି ଲାବ କୁ ପରୀକ୍ଷା ପାଇଁ ପଠାଇଛନ୍ତି ଖାଦ୍ୟ ନିରାପତ୍ତା ବିଭାଗ। ଏ ପରି ଆଗକୁ ଜୋରଦାର ଚଢ଼ଉ ହେବ ବୋଲି କୁହାଯାଇଛି। ଚଉଢ଼ରେ ଅନ୍ୟମାନଙ୍କ ମଧ୍ୟରେ ଜନସ୍ବାସ୍ଥ୍ୟ ବିଭାଗର ସୁଧୀର କୁମାର ବେହେରା ଓ ଏମ୍‌ଟିଏସ୍ ନୀଳାମ୍ବର ପ୍ରଧାନ ସାମିଲ୍ ଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat