ରାୟଗଡ଼ାରେ ବୈଦିକ ବାଲ ସଂସ୍କାର କେନ୍ଦ୍ର ଉଦଘାଟିତ)

ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡ଼ା ସହରରେ ଗାୟତ୍ରୀ ମନ୍ଦିର ପରିସରରେ ଆର୍ଯ୍ଯ ସମାଜ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ବୈଦିକ ବାଲ ସଂସ୍କାର କେନ୍ଦ୍ର। ଶିଶୁମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା, ଭଲ ଅଭ୍ୟାସ ଏବଂ ଆତ୍ମବିଶ୍ୱାସ ବିକାଶ କରିବା ଏହି କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ। ଏହି ବାଳ ବିକାଶ କେନ୍ଦ୍ରକୁ ମୁଖ୍ଯ ଅତିଥି ଭାବେ ଯୁବ ସମାଜସେବୀ ତଥା ସମାଜ ସଂସ୍କାରକ ବଳରାମ ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ। ବୈଦିକ ଯଗ୍ଯଂ ଦ୍ବାରା ଏହି କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ୮ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନେ ଏଥିରେ ଯୋଗଦେଇପାରିବେ।ଆଧୁନିକ ଶିକ୍ଷା ସହ ଶିଶୁମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି, ପରମ୍ପରା ଓ ନୈତିକ ମୂଲ୍ୟବୋଧକୁ ମଜବୁତ କରିବା ଉଦ୍ଦେଶ୍ୟରେ ରାୟଗଡ଼ା ଗାୟତ୍ରୀ ମନ୍ଦିରରେ ଉଦଘାଟିତ ହୋଇଛି ଏହି ‘ବୈଦିକ ବାଲ ସଂସ୍କାର କେନ୍ଦ୍ର’।

ଏହି କେନ୍ଦ୍ରରେ ଶିଶୁମାନଙ୍କୁ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ଭଲ ଚିନ୍ତାଧାରା, ନୈତିକ ମୂଲ୍ୟବୋଧ ଓ ଶୃଙ୍ଖଳିତ ଦୈନନ୍ଦିନ ଜୀବନ ସମ୍ପର୍କରେ ଶିକ୍ଷା ଦିଆଯିବ। ଏଥିସହ ଭଲ ଅଭ୍ୟାସ ଗଢ଼ିବା, ଆତ୍ମବିଶ୍ୱାସ ବଢ଼ାଇବା ଏବଂ ଶିଶୁମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ୮ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନେ ଏହି କେନ୍ଦ୍ରରେ ଯୋଗଦେଇପାରିବେ। ପ୍ରତି ରବିବାର ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଶିକ୍ଷା ଓ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଜିର ଏହି କାର୍ଯ୍ଯକ୍ରମ କୁ ଆଧ୍ଯାତ୍ମିକ ଗୁରୁ କିଶୋର ଚନ୍ଦ୍ର ଜେନା ସଂଚାଳନ କରିଥିବା ବେଳେ ବୈଦିକ ପ୍ରଚାରକ ବାସୁଦେବ ହୋତା ଉପସ୍ଥିତ ରହି ଉପସ୍ଥିତ ଶିଶୁ ମାନଙ୍କୁ ଉତ୍ତର ନାଗରିକ ସହ ଜଣେ ସମାଜ ସଂସ୍କାରକ ହେବାକୁ ଆହ୍ବାନ ଦେଇଥିଲେ।

ସେହିପରି ପିଲାମାନେ ନିତ୍ଯ ସେମାନଙ୍କ ପାଠ ପଢା ସହ ଭାରତୀୟ ସଂସ୍କୃତି, ପରମ୍ପରା ଓ ଜୀବନର ମୂଲ୍ଯବୋଧ ଉପରେ ଶିକ୍ଷା ଗ୍ରହଣ କରିବା ସହ ନିଜ ଦେଶର ଟେକ ରଖିବା ପାଇଁ କାମ କରିବା ଆବଶ୍ଯକ ବୋଲି ପିଲାମାନଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ଯକ୍ରମରେ ଗାୟତ୍ରୀ ମନ୍ଦିର ପରାଚାଳନା କମିଟିର ସଭାପତି ସୁଧୀର କୁମାର ମିଶ୍ର, ସବୀତା ତ୍ରିପାଠୀ, ଶିକ୍ଷାବିତ କୈଳାସ ଚନ୍ଦ୍ର ନାୟକ, ତ୍ରିନାଥ ମହାରଣା, ପ୍ରସାଦ କାମ୍ବା ଓ ଯୋଗ ଗୁରୁ ସ୍ବାଧୀନା ପଣ୍ଡାଙ୍କ ସମେତ ବୈଦିକ ପରିବାରର ଅନେକ ସଦସ୍ଯ ଉପସ୍ଥିତ ଥିଲେ। ରାୟଗଡା ଗାୟତ୍ରୀ ପରିବାରର ସହଯୋଗରେ ବୈଦିକ ବାଲ ବିକାଶ କେନ୍ଦ୍ର ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Powered by Joinchat