ବୁଗୁଡ଼ାରେ ଶ୍ରୀବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବଳଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରାବଣ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ପବିତ୍ର ଅବସରରେ ବଡ଼ ଠାକୁର ଶ୍ରୀ ବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରାତଃ କାଳରୁ ମନ୍ଦିରରେ ଠାକୁରଙ୍କ ଅବକାଶ, ମଙ୍ଗଳ ଆଳତୀ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ପୂର୍ବାହ୍ନରେ ଶ୍ରୀବଳଦେବଙ୍କ ଜନ୍ମବିଧି ପାଳନ ସହ ରୋଷ ହୋମ, ପଞ୍ଚାମୃତ, ଏବଂ ବିଶେଷ ପୂଜାର୍ଚ୍ଚନା ଯଥା ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା।ଜନ୍ମୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ମନ୍ଦିର ପ୍ରାଙ୍ଗଣରେ ଦୁରାଚାରୀ ପ୍ରଳମ୍ବା ଅସୁରର ଏକ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ପରାମ୍ପରିକ ବିଧିରେ ‘ପ୍ରଳମ୍ବାସୁର ବଧ’ ପର୍ବ ପାଳନ କରାଯାଇଥିଲା। ଏହି ନୀତି ଦେଖିବା ପାଇଁ ଏବଂ ଶ୍ରୀବଳଦେବଙ୍କ ଦର୍ଶନ ନିମନ୍ତେ ପ୍ରାତଃରୁ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Leave a Reply

Your email address will not be published. Required fields are marked *

Powered by Joinchat