ଅନୁଗୁଳ(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ତତ୍ତ୍ବାବଧାନରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଗତ ଏକ ସପ୍ତାହକୁ ବେଦ ସପ୍ତାହ ରୂପରେ ବହୁ ଆଡମ୍ବର ସହକାରେ ପରିପାଳନ କରାଯାଇଛି।ବେଦ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ଚତୁର୍ବେଦ ପାରାୟଣ ଶତକ ଯଜ୍ଞ ର ଆୟୋଜନ କରାଯାଇଥିଲା। ଏଥିରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବେଦ ମନ୍ତ୍ର ଉଚ୍ଚାରଣ, ନବମ ଶ୍ରେଣୀର ଛାତ୍ରୀ ସୌମ୍ୟା ସାମଲ ଓ ଆକାଂକ୍ଷା ପ୍ରିୟଦର୍ଶିନୀ ଙ୍କର ସଂସ୍କୃତ ସଙ୍ଗୀତ ଗାନ , ଷଷ୍ଠ ଶ୍ରେଣୀର ଛାତ୍ରୀ ଅଲିଶା ପ୍ରିୟଦର୍ଶିନୀ ଏବଂ ଦିବ୍ୟାଙ୍କା ସ୍ଵାଇଁ ଙ୍କ ଦ୍ଵାରା ସାଂସ୍କୃତିକ ନୃତ୍ୟ ପରିବେଷଣ ସହ ସଂସ୍କୃତ ଭାଷାର ମହାନୀୟତା କୁ ନେଇ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ର ସୌମିଲ ଭଟ୍ଟାଚାର୍ଯ୍ୟ ନିଜର ମତ ଉପସ୍ଥାପନ କରିଥିଲେ ଏବଂ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଆରତୀ ବଡ଼ଜେନା ନିଜର ଅଭିଭାଷଣ ରେ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କୃତ ରେ ନିହିତ ଜ୍ଞାନ ବିଜ୍ଞାନକୁ ଅନ୍ବେଷଣ କରିବା ନିମିତ୍ତ ପ୍ରେରଣା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଯାଇନା ସକିଲ ସୂତ୍ରଧାରର ଭୂମିକା ନେଇଥିଲେ। ଛାତ୍ରଛାତ୍ରୀଙ୍କର ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳ ରୂପାୟିତ ହୋଇଛି।
