ଅସ୍ତିତ୍ୱ ହରାଉଛି ରାୟଗଡ଼ ଦୈନିକ ବଜାର।

ରାୟଗଡ (ଗୋପୀନାଥ ଗୌଡ଼): ତାରିଖ -ରାୟଗଡ ସହରର ବ୍ୟାବସାୟିକ ସ୍ଥଳର ମେରୁଦଣ୍ଡ କହିଲେ ଦୈନିକ ବଜାରକୁ ବୁଝାଏ। କିନ୍ତୁ, ଧିରେ ଧିରେ ଏହି ବଜାର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଅନଲାଇନ୍ ସପିଙ୍ଗ, ଏବଂ ବିଭିନ୍ନ ମୋଲ୍ ଗୁଡ଼ିକ ଖୋଲିବା ଦ୍ୱାରା ଦୋକାନ ଗୁଡ଼ିକରେ ବ୍ୟବସାୟ କମ୍ ହେବାରେ ଲାଗିଛି। ଏହା ବ୍ୟତିତ ଅନେକ ଗୁଡ଼ିଏ କାରଣ ରହିଛି ଯାହାଦ୍ୱାରା ପୂର୍ବଭଳି ଲୋକେ ଦୈନିକ ବଜାରକୁ ଆସିବାକୁ ଇଚ୍ଛା କରୁ ନାହାଁନ୍ତି। ମୁଖ୍ୟ କାରଣ ହେଉଛି ପାର୍କିଂ ବ୍ୟବସ୍ଥା ନାହିଁ। ପାର୍କିଂ ପାଇଁ ସ୍ଥାନ ଚିହ୍ନଟ ହୋଇ ରହିଛି ସେଠାରେ ଉଠା ଦୋକାନୀମାନେ ନିଜ ନିଜର ଠେଲା, କ୍ୟାବିନ ଧରି ବ୍ୟବସାୟ ପାଇଁ ଜାଗା ମାଡ଼ି ବସିଛନ୍ତି। ବଜାର ମଧ୍ୟକୁ ଦୁଇ ଚକିଆ, ଚାରି ଚକିଆ, ଟ୍ରକ୍, ଟ୍ରାକ୍ଟର ଭଳି ଗାଡ଼ି ପ୍ରବେଶ ନିଷେଧ କରାଯାଇଛି। କିନ୍ତୁ, ଅମାନିଆ ଗାଡ଼ି ଚାଳକ ମାନଙ୍କ ଦ୍ୱାରା ବଜାର ମଧ୍ୟରେ ଗାଡ଼ି ରଖି ଜିନିଷ କିଣା କିଣି ଓ ବିକ୍ରୟ କରାଯାଉଥିବା ଦେଖିବାକୁ ମିଳୁଛି।

ବିଶେଷ କରି ସକାଳୁ ଆଳୁ ପିଆଜ ଟ୍ରକ୍ ଅନଲୋଡ଼ କରିବା ପାଇଁ ଆସି ସକାଳ ୧୦ଟା ପର୍ୟ୍ୟନ୍ତ ବଜାର ମଧ୍ୟରେ ରହୁଛନ୍ତି। ଏହି ଅନଲୋଡ଼ ସମୟରେ ପିଆଜ ଚୋପା, ଆଳୁ ବସ୍ତାର ଧୂଳି ଓ ରସୁଣ ଚୋପା ଗୁଡ଼ିକ ଏଣେତେଣେ ଉଡ଼ି ଓଳିଆ ହୋଇଯାଉଥିବା ବ୍ୟବସାୟି ମାନେ କହିଛନ୍ତି। ଟାଉନ ଥାନା ପୋଲିସ ଓ ପୌରପରିଷଦ ଜାଣିଶୁଣି ଜନ ସାଧାରଣ ଏହିସବୁ ଅସୁବିଧାକୁ ନିଜ ଆଖିରେ ଦେଖି ଚୁପ୍ ରହିବା ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାର୍ବଣ ସମୟରେ ଏହି ଦୈନିକ ବଜାରକୁ ବାହାର ଜିଲ୍ଲା ଓ ରାଜ୍ୟରୁ ବ୍ୟବସାୟି ମାନଙ୍କୁ ପାର୍କିଂ ସ୍ତଳରେ ଭଡ଼ା ଦେଇ ବେପାର କରିବାକୁ ପଡୁଛି ବୋଲି ଉଠା ଦୋକାନୀ ମାନେ କହିଛନ୍ତି। ଏତେ ସବୁ ଅବ୍ୟବସ୍ଥା ଗୁଡିକୁ ଦେଖି ଲୋକେ ଦୈନିକ ବଜାରକୁ ଆସିବାକୁ ଇଚ୍ଛା କରୁ ନାହାଁନ୍ତି। କିଛି ବର୍ଷ ପୂର୍ବେ ଦୈନିକ ବଜାର ରାସ୍ତା ଅଣ ଅସରିଆ ଥିଲା। ବର୍ତ୍ତମାନ୍ ଓସାର ହୋଇଛି ଏବଂ ରାସ୍ତା ମଝିରେ ପାର୍କିଙ୍ଗ ପାଇଁ ସ୍ଥାନ ରହିଛି।

ସେହି ପାର୍କିଙ୍ଗ ସ୍ଥାନ ଖାଲି ରହୁନାହିଁ। ଲୋକେ ବଜାରକୁ ସାଇକେଲ ଓ ଯାନ ବାହାନ ଧରି ଦୋକାନ ସମ୍ମୁଖରେ ରଖିବାକୁ ବାଧ୍ୟ ହେଉଛନ୍ତି ରାସ୍ତା ମଧ୍ୟ ଜାମ୍ ରହୁଛି। ପୌରପରିଷଦ ପକ୍ଷରୁ ନିତିଦିନ ଉଠା ଦୋକାନୀ ମାନଙ୍କ ଠାରୁ ଟିକସ ଆଦାୟ କରାଯାଉଛି। କିନ୍ତୁ, ଉଠା ଦୋକାନୀ ମାନଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ବଜାର ସୃଷ୍ଚି କରାଯାଇଥିଲେ ଉପକୃତ ହେବୁ ବୋଲି କହିଛନ୍ତି ଉଠା ଦୋକାନୀ। ସେହିଭଳି ଟାଉନ୍ ଥାନା ପୁଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ରାସ୍ତା ଜାମକୁ ଏଡ଼ାଇବା ପାଇଁ ପେଟ୍ରଲିଂ କରୁଥିଲେ ସୁଦ୍ଧା ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁ ନ ଥିବା ଯୋଗୁଁ ଆଜି ଦୈନିକ ବଜାରକୁ ଗ୍ରାହକ ଆସିବା କମି ଯାଇଛି ବୋଲି କହୁଛନ୍ତି ସ୍ଥାନୀୟ ଦୋକାନି ଓ ବ୍ୟବସାୟୀମାନେ।

Leave a Reply

Your email address will not be published. Required fields are marked *

Powered by Joinchat