ବିଟକାଳ ଶବ୍ଦ କରୁଥିବା ଗାଡ଼ି ଉପରେ ପୋଲିସର ଚଢ଼ାଉ, ୩୩ ଗାଡ଼ିରୁ ₹୨,୦୦,୫୦୦ ଜରିମାନା

ତାଳଚେର(ଅଜିତ କୁମାର ଭୋଇ) : ଅପରେସନ ‘ସୁରକ୍ଷା’ ଅଧୀନରେ ପରିବର୍ତ୍ତିତ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ଯାନବାହନ ବିରୋଧରେ ତାଳଚେର ସବ୍-ଡିଭିଜନ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି।ଏହି ଅଭିଯାନରେ ତାଳଚେର ଥାନା ପକ୍ଷରୁ ୧୫ଟି ଗାଡ଼ିରୁ ୭୫ ହଜାର ଟଙ୍କା, କୋଲିୟରୀ ଥାନା ପକ୍ଷରୁ ୧୦ଟି ଗାଡ଼ିରୁ ୬୭ ହଜାର ଟଙ୍କା ଏବଂ ଏନ୍‌ଟିପିସି ଥାନା ପକ୍ଷରୁ ୮ଟି ଗାଡ଼ିରୁ ୫୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।ସମଗ୍ର ଅଭିଯାନରେ ମୋଟ ୩୩ଟି ଯାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ୨ ଲକ୍ଷ ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି।ଅତ୍ୟଧିକ ଶବ୍ଦ ପ୍ରଦୂଷଣକୁ ରୋକିବା ସହିତ ସଡ଼କ ସୁରକ୍ଷା ଓ ନିୟମ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି ଯାଞ୍ଚ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat