ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ତାଲା, ରୋଗୀ ହନ୍ତସନ୍ତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : ଗରିବ ଓ ଅସହାୟ ଲୋକଙ୍କୁ ସୁଲଭ ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଥିବା ବେଳେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାକୁ ନେଇ ଅବ୍ୟବସ୍ଥାର ଅଭିଯୋଗ ହୋଇଛି। ଚିକିତ୍ସାଳୟ ଉପରେ ଚମ୍ପୁଆ ଉପଖଣ୍ଡ ସମେତ ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରୁଥିବାରୁ ଏହି ସମସ୍ୟାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ହେବ ଚମ୍ପୁଆ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡ଼ିଛି। ଏହି ପଦବୀର ଅତିରିକ୍ତ ଦାୟିତ୍ୱ ଜଣେ ଶିଶୁରୋଗ ବିଶେଷଜ୍ଞଙ୍କୁ ଦିଆଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଗତ କିଛି ଦିନ ହେବ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ନିୟମିତ ସେବା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିୟମିତ ଭାବେ ଚିକିତ୍ସାଳୟକୁ ଆସୁନଥିବାରୁ ବିଭାଗରେ ତାଲା ଝୁଲୁଥିବା ଅଭିଯୋଗ ରହିଛି। ଏଥିସହ ବିଭାଗର ଅନ୍ୟ ଜଣେ କର୍ମଚାରୀ ନିଜ ଇଚ୍ଛାନୁସାରେ ବିଭାଗ ଖୋଲୁଥିବାରୁ ରୋଗୀମାନେ ନିୟମିତ ଚିକିତ୍ସାସେବା ପାଇପାରୁନଥିବା କୁହାଯାଇଛି।ଆଜି ମଧ୍ୟ ବହୁ ସଂଖ୍ୟକ ଚକ୍ଷୁ ରୋଗୀ ଚିକିତ୍ସା ପାଇଁ ଆସି ବିଭାଗରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରିଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ ରୋଗୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଚିକିତ୍ସାଳୟରେ ଚକ୍ଷୁ ବିଭାଗର ସେବା ନିୟମିତ କରିବା ଏବଂ ଅବ୍ୟବସ୍ଥା ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *

Powered by Joinchat