ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଙ୍କ ଯାତ୍ରା ଶୁଭାରମ୍ଭ

ସୁବର୍ଣ୍ଣପୁର ( ଶାନ୍ତନୁ କୁମାର କର୍ଣ୍ଣ ) : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ତୀର୍ଥଯାତ୍ରୀ ଦଳ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନ ପରିସରରୁ ଦୁଇ ଗୋଟି ବସକୁ ପତାକା ଦେଖାଇ ଏହି ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା।

ଏହି ସମାରୋହରେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଅଶ୍ୱିନୀ ମେହେର, ସୋନପୁର ଉପ-ଜିଲ୍ଲାପାଳ ଡ. ସୌମ୍ଯରୂପା ରଥ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ସ୍ଵରୂପ ପାତ୍ର ଏବଂ ଅନ୍ୟାନ୍ୟ ପଦାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କର ଶୁଭ ଓ ନିରାପଦ ଯାତ୍ରା କାମନା କରିଥିଲେ।

ଯୋଜନା ମୁତାବକ, ସମସ୍ତ ୫୨ ଜଣ ତୀର୍ଥଯାତ୍ରୀ ୨୨ ସେପ୍ଟେମ୍ବର ୨୦୨୬ ରେ ସମ୍ବଲପୁର ରେଳଷ୍ଟେସନରୁ ସ୍ୱେଶାଲ ଟ୍ରେନ୍ ଯୋଗେ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବାହାରିବେ। ଏହି ଆଧ୍ୟାତ୍ମିକ ଯାତ୍ରା ସେପ୍ଟେମ୍ବର ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିଚାଳନାରେ ସଫଳତାର ସହ ଆୟୋଜିତ ହୋଇଛି।

Leave a Reply

Your email address will not be published. Required fields are marked *

Powered by Joinchat