ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ କେ. ନୀଳାଦ୍ରି ରେଡ୍ଡୀ ୭୧ତମ ରାଜ୍ୟ ପୋଲିସ ଡ୍ୟୁଟି ମିଟ୍-୨୦୨୬ରେ ଦ୍ୱିତୀୟ ପୁରସ୍କାର ହାସଲ କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କ୍ଷେତ୍ରରେ ଫଟୋଗ୍ରାଫି ବିଭାଗରେ ସେ ଏହି ସଫଳତା ହାସଲ କରିଛନ୍ତି।ପୋଲିସ ତଦନ୍ତରେ ଫଟୋଗ୍ରାଫିର ଗୁରୁତ୍ୱ ଅଧିକ। ଘଟଣାସ୍ଥଳର ଫଟୋ ଉତ୍ତୋଳନ ଏବଂ ତଥ୍ୟକୁ ବୈଜ୍ଞାନିକ ଭାବେ ସଂରକ୍ଷଣ କରିବା ତଦନ୍ତ ପ୍ରକ୍ରିୟାରେ ସହାୟକ ହୋଇଥାଏ।
ଏହି କ୍ଷେତ୍ରରେ ତାଙ୍କର ଏହି ସଫଳତା ବୃତ୍ତିଗତ ନିଷ୍ଠା, ଦକ୍ଷତା ଓ କାର୍ଯ୍ୟ ପ୍ରତି ସମର୍ପଣଭାବର ପରିଚୟ ଦେଇଛି।ଏସ୍ଆଇ କେ. ନୀଳାଦ୍ରି ରେଡ୍ଡୀଙ୍କ ଏହି ସଫଳତା ପାଇଁ ଗଞ୍ଜାମ ପୋଲିସ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ତାଙ୍କର ଏହି ସଫଳତା ପୋଲିସ ବିଭାଗର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।
