ରାୟଗଡ(ଗୋପୀନାଥ ଗୌଡ଼): କିଏ ଆମର କିଛି କରି ପାରିବେ ନାହିଁ। ତୁମେ କିଏ ଯେ ଆମେ ତୁମକୁ ତଥ୍ୟ ଦେବୁ, ଯାହାକୁ କହିବାର ଅଛି କୁହ ଆମେ କାହାରିକୁ ଡରୁନୁ। ଏହିଭଳି କିଛି ଧମକ ପୂର୍ଣ୍ଣ ଶଦ୍ଧ ଓ ଦୁର୍ବ୍ୟହାର କରିଥିବା ସଙ୍ଗିନ ଅଭିଯୋଗ ହୋଇଛି। ରାୟଗଡ ଜିଲ୍ଲା ଦୈନିକ ଖବର କାଗଜରେ କାର୍ଯ୍ୟରତ ସାମ୍ୱାଦିକ ବିଜୟ ମହାରଣା। ଗତ ୩ତାରିଖ ପୂର୍ବାହ୍ନ ୧୧ଟା ସମୟରେ ସାମ୍ୱାଦିକ ମହାରଣା ସମାଜ ଖବର କାଗଜରେ ଛୋଟ ପିଲାଙ୍କ ଖାଦ୍ୟ, ଶିକ୍ଷା ଓ ପୃଷ୍ଟିକର ଖାଦ୍ୟର ବଣ୍ଟନ ପ୍ରକ୍ରିୟାକୁ ନେଇ ତଥ୍ୟ ସଂଗ୍ରହ କରିବା ପାଇଁ ବୈରାଗୀ ହାଲୁଆ ପଞ୍ଚାୟତର ଗୁରୂରାଜଗୁଡ଼ା ଯାଇଥିଲେ। ସେଠାରେ ନାହିଁ ନ ଥିବା ଧମକ ମିଳିବା ସହ ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ।
ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲା ମାନଙ୍କ ପାଇଁ ଆସୁଥିବା ଖାଦ୍ୟ, ପୃଷ୍ଟିକର ଖାଦ୍ୟ ବଣ୍ଟନ ଓ ଅନ୍ୟାନ୍ୟ ଅବ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଗଲେ ଖୋଲାମ ଖୁଲା ମିଳୁଛି ଧମକ ! ଏପରିକି ଗୋଟିଏ କେନ୍ଦ୍ରର ଦୋଷ ଲୁଚାଇବା ପାଇଁ ଅନ୍ୟ କେନ୍ଦ୍ରର ଅଙ୍ଗନବାଡି କର୍ମୀ ମାନେ ନିଜ ନିଜର କେନ୍ଦ୍ର ଛାଡି ସଂଘବଦ୍ଧ ହୋଇ ଧମକ ଦେଉଛନ୍ତି। ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରଓ ଧମକ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଭିଯୋଗ ହୋଇଛି। ଏହିଭଳି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରାୟଗଡ ଜିଲ୍ଲା ପ୍ରେସ ଏଣ୍ଡ ମିଡିଆ ୱେଲଫେର ଆସୋସିଏସନ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରଯାଇଛି। ସୁପରଭାଇଜର ଶ୍ରୀମତୀ ସୁବୁଦ୍ଧି ଶବରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଅଙ୍ଗନୱାଡ଼ି କେନ୍ଦ୍ର ଓ ଶିଶୁମାନଙ୍କୁ ଛାଡ଼ି କର୍ମୀମାନେ କେଉଁ ପରିସ୍ଥିତିରେ ଜେମାଦେଇପେଣ୍ଠ ଆସିଥିଲେ, ତାହାର ମଧ୍ୟ ତଦନ୍ତ କରିବାକୁ ଆସୋସିଏସନ ଦାବି କରିଛି। ଏହିଭଳି ଘଟଣାକୁ ନେଇ ଆସୋସିଏସନ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଅଙ୍ଗନବାଡି କର୍ମୀଙ୍କ ଏହିଭଳି ବ୍ୟବହାରକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଦାବୀପତ୍ର ଦେବା ସମୟରେ ପ୍ରେସ୍ କ୍ଲବ ସଭାପତି ସଂଗ୍ରାମ ପଟନାୟକ , ପ୍ରେସ୍ ୟୁନିଅନ ସଭାପତି ଆଇ ସବେଶ୍ୱର ରାଓ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ପ୍ରେସ୍ କ୍ଲବ ସହ ସମ୍ପାଦକ ସୁଶାନ୍ତ ଦାସ,ଏସ ୟୁଜେ ର ଶିବ ନାରାୟଣ ଗୌଡ଼ ,ଜିଲ୍ଲା ସଭାପତି ୟୁଯେଏ ସନ୍ତୋଷ ପାଣିଗ୍ରାହୀ, ବି .ଶ୍ରୀନିବାସ, ଶିବାଜୀ ଦାଶ, ଦୁର୍ଗା ପାଢ଼ୀ, ଧରଣୀ ପଟନାୟକ ଦେବୀ ମହାନ୍ତି, ପ୍ରଶାନ୍ତ ପାଳ, ବୁରୁଡ଼ି ଭେଙ୍କଟ ରାବଣା ,କେ କେ ଏମ୍ ପଟନାୟକ , ରତ୍ନାଲୁ ପ୍ରଭାକର, ତୁଷାର ରଞ୍ଜନ ସାହୁ, ମୁର୍ତ୍ୟୁଞ୍ଜୟ ନନ୍ଦ, ସୁରେଶ ନାୟକ, ରାଜେଶ ମହାନ୍ତି, ବିଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
