ତାଳଚେର ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ABVPର ବାଜିମାତ୍‌

ତାଳଚେର(ଅଜିତ କୁମାର ଭୋଇ) : ତାଳଚେର ବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ବଡ଼ ସଫଳତା ମିଳିଛି। ମହାବିଦ୍ୟାଳୟରେ ABVPର ୧୬ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି।ଏହି ସଫଳତାକୁ ନେଇ ABVP ସମର୍ଥକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବିଜୟୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଶିକ୍ଷାର ବିକାଶ ଏବଂ ଛାତ୍ରସ୍ୱାର୍ଥ ସମ୍ବଳିତ କାର୍ଯ୍ୟକୁ ଆଗକୁ ବଢ଼ାଇବା ଦିଗରେ ବିଜୟୀ ପ୍ରାର୍ଥୀମାନେ ଗୁରୁତ୍ୱ ଦେବେ ବୋଲି ଆଶା ପ୍ରକାଶ ପାଇଛି।ବିଜୟୀ ସମସ୍ତ ୧୬ ଜଣ ପ୍ରାର୍ଥୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Powered by Joinchat