ଚିକେନ ତରକାରୀରେ ମୂଷାମରା ବିଷ ଦେଇ ହତ୍ୟା ! ସ୍ୱାମୀଙ୍କ ହତ୍ୟାକାରୀ ସ୍ତ୍ରୀ ଓ ପ୍ରେମିକ ଗିରଫ

ଅନୁଗୋଳ(ଅଜିତ କୁମାର ଭୋଇ) : ପ୍ରେମ ସମ୍ପର୍କକୁ ନେଇ ସ୍ୱାମୀଙ୍କ ସହ ବିବାଦ ଶେଷରେ ଭୟଙ୍କର ରୂପ ନେଇଥିବା ଅଭିଯୋଗ। ଚିକେନ ତରକାରୀରେ ମୂଷାମରା ବିଷ ମିଶାଇବା ପରେ ଗଳା ଚିପି ଓ କୁରାଢ଼ୀରେ ଆକ୍ରମଣ କରି ହତ୍ୟା କରାଯାଇଥିବା ମାମଲାରେ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ। ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗ୍ରାମରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସ ସୂଚନା ଅନୁଯାୟୀ, ମୃତକ ହେଉଛନ୍ତି ଦିଲ୍ଲୀପ ସେଠୀ (୩୫)। ଏହି ହତ୍ୟା ମାମଲାରେ ତାଙ୍କ ପତ୍ନୀ ସୌଦାମିନୀ ସେଠୀ (୨୫) ଏବଂ ତାଙ୍କ କଥିତ ପ୍ରେମିକ ନୂଆଗାଁ ବଡ଼ସାହିର ଖଗେଶ୍ୱର ସାହୁ (୨୫)ଙ୍କୁ ଗିରଫ କରାଯାଇଛି।ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ ସ୍ୱାମୀପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସୌଦାମିନୀ ଓ ଖଗେଶ୍ୱରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦିଲ୍ଲୀପ ବିରୋଧ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ବେଳେ ଦିଲ୍ଲୀପଙ୍କୁ ହତ୍ୟା କରିବା ପାଇଁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି।

ଖାଦ୍ୟରେ ବିଷ ମିଶାଇବା ପରେ ହତ୍ୟା ଅଭିଯୋଗଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ୨୦ ତାରିଖ ରାତିରେ ଦିଲ୍ଲୀପଙ୍କ ପାଇଁ ପ୍ରସ୍ତୁତ ଚିକେନ ତରକାରୀରେ ମୂଷାମରା ବିଷ ମିଶାଯାଇଥିଲା। ଏହାକୁ ଖାଇବା ପରେ ସେ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କ ଗଳାକୁ କପଡ଼ାରେ ଚିପିବା ସହ କୁରାଢ଼ୀରେ ମୁଣ୍ଡକୁ ଆଘାତ କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।ହତ୍ୟାକୁ ଲୁଚାଇବାକୁ ଉଦ୍ୟମ!ଘଟଣା ପରେ ସନ୍ଦେହ ଏଡ଼ାଇବା ପାଇଁ ସୌଦାମିନୀ ଗ୍ରାମରେ ଚାଲିଥିବା ଅପେରା ଦେଖିବାକୁ ଯାଇଥିବା ଅଭିଯୋଗ ହୋଇଛି। ଘରକୁ ଫେରିବା ପରେ ସ୍ୱାମୀଙ୍କୁ କିଏ ହତ୍ୟା କଲା ବୋଲି ଚିତ୍କାର କରିଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।ଘଟଣାର ତଦନ୍ତ କରି ବାଗଡ଼ିଆ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ଅନ୍ୟ କୌଣସି ଦିଗ ରହିଛି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Powered by Joinchat