କଣିହାଁରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗ ! ସ୍ୱାମୀ ଗିରଫ ।

ଅନୁଗୋଳ (ଅଜିତ କୁମାର ଭୋଇ): କଣିହାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗ!ଅଧିକ ଟଙ୍କା ଦାବି କରି ବୋହୂଙ୍କୁ ନିର୍ଯାତନା ଓ ହତ୍ୟା କରାଯାଇଥିବା ନେଇ ଶାଶୂଘର ଲୋକଙ୍କ ବିରୋଧରେ ଅଭିଯୋଗ। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ମଣ୍ଟୁ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ସୂଚନା ଅନୁଯାୟୀ, କଣିହାଁ ଥାନା ନାଲମ ଗାଁର ମଣ୍ଟୁ ବେହେରାଙ୍କୁ ପ୍ରାୟ ପାଞ୍ଚ ବର୍ଷ ତଳେ ସୁଲେଇପାଳ ଗାଁର ଲିତୁ ବେହେରା ପ୍ରେମ ବିବାହ କରିଥିଲେ। ବାପଘରୁ ଅଧିକ ଟଙ୍କା ଆଣିବାକୁ ଚାପ ପକାଇବା ସହ ନିର୍ଯାତନା ଦେଉଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଗତ ୨୨ ତାରିଖ ରାତିରେ ଲିତୁଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ନାଲମ ଗାଁରେ ପହଞ୍ଚିଥିଲେ। ପରେ ମୃତକଙ୍କ ବାପା କଣିହାଁ ଥାନାରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ସ୍ୱାମୀ ମଣ୍ଟୁ ବେହେରାଙ୍କୁ ଗିରଫ କରିଛି। କଣିହାଁ ଥାନା ଆଇଆଇସି ରମଣୀ ରଞ୍ଜନ ଦଳାଇ ଘଟଣାର ତଦନ୍ତ କରୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।ତେବେ ଏହି ମୃତ୍ୟୁ ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।ଅନ୍ୟପକ୍ଷରେ, ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କଣିହାଁ ପୋଲିସ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *

Powered by Joinchat