ଜିଲ୍ଲାସ୍ତରୀୟ ମଡେଲ ପାର୍ଲାମେଣ୍ଟର ପ୍ରଦର୍ଶନୀ କାର୍ଯ୍ୟକ୍ରମ, ପିପୁଲ୍ସ ହାଇସ୍କୁଲ ପ୍ରଥମ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ପିଏମଶ୍ରୀ ଅନସ୍ଲୋ ହାଇସ୍କୁଲରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମଡେଲ ପାର୍ଲାମେଣ୍ଟ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ବୁଗୁଡା ପିପୁଲ୍ସ ହାଇସ୍କୁଲ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ହାସଲ ପୂର୍ବକ ପୁରସ୍କୃତ ହୋଇଥିବା ଜଣାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୭୧ଟି ପିଏମଶ୍ରୀ ହାଇସ୍କୁଲ ଅଂଶ ଗ୍ରହଣ କରିଥିବା ବେଳେ କଳାକୃତି, ପିଏମ୍ ପୋଷଣ, ସାହିତ୍ୟ ସୃଜନୀ, ଜିଜ୍ଞାସା, ବିକଶିତ ଭାରତ-୨୦୪୭, ରୋବୋଟିକ୍ସ, ଆମ ସଂସ୍କୃତି ଆମ ଖେଳନା, ଏଫ୍ଏଲ୍ଏନ୍, ପିଲାଙ୍କ ଲେଖନୀରୁ, ସ୍ପୋର୍ଟିଙ୍ଗ୍ ଏକ୍ସଲେନ୍ସି ଆଦି ବିଷୟରେ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଅନ୍ୟପକ୍ଷରେ ଆୟୋଜିତ “ଛାୟା ସଂସଦ” କାର୍ଯ୍ୟକ୍ରମରେ ପିପୁଲ୍ସ ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ର ପ୍ରିତମ ପ୍ରଧାନ ବିରୋଧୀ ଦଳର ନେତା ଏବଂ ରୁଦ୍ର ନାରାୟଣ ଦାସ ଶାସକ ଦଳର ପରିବେଶ ଓ ଜଳବାୟୁ ମନ୍ତ୍ରୀ ଭାବେ ଚମତ୍କାର ଅଭିନୟ କରି ପୁରସ୍କୃତ ହୋଇଥିବାରୁ ପ୍ରଧାନ ଶିକ୍ଷକ ଶଙ୍କର ଦାସଙ୍କ ସମେତ ସ୍କୁଲ କର୍ତ୍ତୃପକ୍ଷ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ବିଦ୍ୟାଳୟର ପ୍ରଦର୍ଶନୀ ଏବଂ ଛାତ୍ରଙ୍କ ଅଭିନୟ କ୍ଷେତ୍ରରେ ମାର୍ଗ ଦର୍ଶନ କରିବା ଦିଗରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଚିତ୍ରା ବିଷୋୟୀ, ଶିକ୍ଷକ କାଳୀ ଚରଣ ମହାରଣା ଓ କାର୍ଯ୍ୟାଳୟ ସହକାରୀ ସବିତା ବେହେରା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat