ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ରାୟଗଡ଼ ଜିଲ୍ଲାର ସଫ୍ଟ ଓ ବେସ୍ ବଲ ଖେଳାଳି।

ରାୟଗଡ (ଗୋପୀନାଥ ଗୌଡ଼): ଚଳିତ ବର୍ଷ ରାୟଗଡ଼ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ାରେ ସଫ୍ଟ ବୋଲ ଓ ବେସ୍ ବୋଲ ଟିମ୍ ବାଲେଶ୍ୱରରେ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।ଆଜି ରାତି ବାଲେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଦଳ।ଚଳିତ ବର୍ଷ ରାଜ୍ୟସ୍ତରୀୟ ସଫ୍ଟ ବୋଲ ଓ ବେସ୍ ବୋଲ ପ୍ରତିଯୋଗିତା ଚଳିତ ମାସ ୧୫ତାରିଖ ଠାରୁ ଆରମ୍ଭ ହୋଇ ୧୭ତାରିଖ ପର୍ୟ୍ୟନ୍ତ ଚାଲିବ।ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାୟଗଡ଼ ଜିଲ୍ଲାରୁ ୧୬ ଜଣିଆ ବାଳକ ଦଳ ଓ ୧୬ ଜଣିଆ ବାଳିକା ଦଳ ଚୟନ ହୋଇଛନ୍ତି। ଏହି ଟିମ୍ ସହିତ ମୁଖ୍ୟ କୋଚ୍ ଭାବେ ରାଜେଶ୍ ବାରିକ, ସ୍ୱାଧୀନ କୁମାର ଦାସ, ଉମାକାନ୍ତ ଶବର ଏବଂ ପାୟେଲ ମାଝି ଦାୟିତ୍ୱ ନିଭାଇବେ। ସୁଚନା ଅନୁସାରେ ରାୟଗଡ଼ ଜିଲ୍ଲା ଏଥି ପୁର୍ବରୁ ନିଜର ଦବ ଦବା ବଜାୟ ରଖିଛି।

ପୂର୍ବ ବର୍ଷ ରାୟଗଡ଼ ଜିଲ୍ଲା ରାଜ୍ଯ ସ୍ତରରେ ସଫ୍ଟ ବୋଲ ଓ ବେସ୍ ବୋଲ ରେ ଉଭୟ ବାଳକ ଓ ବାଳିକା ବିଭାଗ ଦଳ ରୋନର୍ସ ଅପ୍ ହୋଇଥିଲା। କୋଚ୍ ମାନଙ୍କ ସୁଚନା ପ୍ରକାରେ ବର୍ତ୍ତମାନ ମଧ୍ୟ ଏହି ଦଳରେ ଜାତିୟ ସ୍ତରରେ ଖେଳିଥିବା ଖେଳାଳି ଅଛନ୍ତି। ଜାତୀୟ ସ୍ତରରେ ସଫ୍ଟ ବୋଲ ଖେଳିଥିବା ଖେଳାଳି ମାନଙ୍କ ମଧ୍ୟରେ ସଂଜିପ ପ୍ରସ୍କା, କରିସ୍ମା ହିମିରିକା, ପ୍ରିୟଙ୍କା ପେରିସିକା, ଶ୍ରୁତି ପେରିଶିକା, ବନିତା ମାଣ୍ଡିକା, ଶୁଭଶ୍ରୀ ପେରିଶିକା ପ୍ରମୁଖ ରହିଛନ୍ତି। ସେହିପରି ବାଳକ ଦଳରେ ହେମନ୍ତ ହରିଜନ, ଅମର ପିଢିଶିକା, କାମ ସିଂ କାଡ୍ରାକା ପରି ଜାତିୟ ସ୍ତରରେ ଖେଳିଥିବା କ୍ରୀଡ଼ାବିତ୍ ଖେଳୁଥିବା ହେତୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଦଳ ଭଲ ପ୍ରଦର୍ଶନ କରି ରାୟଗଡ଼ ଜିଲ୍ଲା ରାଜ୍ୟସ୍ତରରେ ଓ ଜାତିୟ ସ୍ତରରେ ଭଲ ପ୍ରଦର୍ଶନ କରି ନିଜର ପରିଚୟ ସୃଷ୍ଟି କରିବ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି କୋଚ୍ ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Powered by Joinchat