ଅନୁଗୁଳ/ତାଳଚେର(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାସଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଶିଶୁ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନଟିପିସି/ଟିଟିପିଏସର ଏଜିଏମ ଏଚ. ଆର. ମ୍ଯାଡାମ ଶ୍ରୀମତୀ ପାବନୀ କୁମାର,ଡିଜିଏମ ଏଚ. ଆର. ମ୍ଯାଡାମ ଶ୍ରୀମତୀ ରୁବି ସକିଲ,ମାନବ ସମ୍ବଳ ବିକାଶ ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ଧର୍ମୀଣୀ ଶ୍ରୀମତୀ ଜୟନ୍ତୀ ମିଶ୍ର ତଥା ବିଦ୍ୟାଳୟର ଅଧ୍ୟକ୍ଷା ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଫଟୋରେ ପୁଷ୍ପଅର୍ଘ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତତ୍ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୁଷ୍ପଅର୍ଘ୍ୟ ଦେଇଥିଲେ।
ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରାର୍ଥନା ସଭା ଓ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରି ମନମୁଗ୍ଧ କରିଥିଲେ।କଳା ଶିକ୍ଷକ ଶ୍ରୀଯୁକ୍ତ ସପନ କୁମାର ଗିରି ସ୍ଵରଚିତ କବିତା ପାଠ କରିଥିଲେ।ବିଦ୍ୟାଳୟର ଚାରୋଟି ସଦନର ଛାତ୍ରଛାତ୍ରୀ ସୁନ୍ଦର ନୃତ୍ୟ ଦ୍ଵାରା ସମସ୍ତଙ୍କୁ ଆନନ୍ଦିତ କରିଥିଲେ।ଯାଦୁକର ଶ୍ରୀଯୁକ୍ତ ପ୍ରହ୍ଲାଦ ଚନ୍ଦ୍ର ସାହୁ ଚମତ୍କାର ଯାଦୁଖେଳ ପ୍ରଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ବିମୋହିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ବିଦ୍ୟାଳୟର ଏଲକେଜି ଠାରୁ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଫେନ୍ସୀ ଡ୍ରେସ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
