ଶକ୍ତି ସଦନ ର ୫୦ ଅନ୍ତେବାସୀ ଦର୍ଶନ କରିଲେ ହରିଶଙ୍କର ନୃସିଂହ ନାଥ

ଅନୁଗୋଳ (ଅଜିତ କୁମାର ଭୋଇ) : ଗତ ଶନିବାର ଦିନ ABCD NGO ଦ୍ୱାରା ପରିଚାଳିତ ପଞ୍ଚମହଲା ସ୍ଥିତ ଶକ୍ତି ସଦନ ଗୃହର ପ୍ରାୟ ୫୦ ଜଣ ଅନ୍ତେବାସୀଙ୍କୁ ନେଇ ଅନୁଗୋଳ,ପଞ୍ଚମହଲା ଠାରୁ ବଲାଙ୍ଗୀର ରେ ଥିବା ହରିସଙ୍କର ନୃସିଂହ ନାଥ ଙ୍କୁ ଦର୍ଶନ କରରିଲେ ଶକ୍ତି ସଦନ ର ଅନ୍ତେବାସୀ ଗତ ୧୪ ତାରିଖଦିନ ରିଖ ABCD NGO ଦ୍ୱାରା ପରିଚାଳିତ ପଞ୍ଚମହଲା ସ୍ଥିତ ଶକ୍ତି ସଦନ ଗୃହର ପ୍ରାୟ ୫୦ ଜଣ ଅନ୍ତେବାସୀଙ୍କୁ ନେଇ ମାଆ ମଙ୍ଗଳା,ହରିଶଙ୍କର ଓ ନୃସିଂହନାଥ ଭଳି ମନୋରମ ଓ ତୀର୍ଥ ସ୍ଥାନକୁ ଏକ ଆନନ୍ଦମୟ ଭ୍ରମଣର ଆୟୋଜନ କରାଯାଇଥିଲା ।

ଏହି ଭ୍ରମଣରେ ଅନ୍ତେବାସୀମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ,ଧାର୍ମିକ ପରିବେଶ ଓ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀର ମହତ୍ତ୍ୱକୁ ଉପଭୋଗ କରିଥିଲେ। ସମସ୍ତେ ଏକାଠି ହୋଇ ହସଖୁସି, ଗୀତ ଓ ଆନନ୍ଦର ସହିତ ସମୟ ବିତାଇଥିଲେ। ଏହି ଯାତ୍ରା ସମସ୍ତଙ୍କ ମଧ୍ୟରେ ନୂତନ ଉତ୍ସାହ, ଖୁସି ଓ ସୁନ୍ଦର ସ୍ମୃତି ଆଣିଦେବା ସହ ଏହିପରି କାର୍ଯ୍ୟକ୍ରମ ଅନ୍ତେବାସୀମାନଙ୍କ ମଧ୍ୟରେ ଏକତା ଓ ସାମାଜିକ ସମ୍ପର୍କକୁ ଆହୁରି ମଜବୁତ କରିଥିଲା । ଏହି ଭ୍ରମଣ ସମସ୍ତଙ୍କ ପାଇଁ ଏକ ସୁନ୍ଦର ଓ ଅଭୁଲା ସ୍ମୃତି ହୋଇ ରହିବ ବୋଲି,ସଦସ୍ୟ ମୋତିର ରାମ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *

Powered by Joinchat