କର୍ଣ୍ଣାଟକର ବେଲାରୀ କଲ୍ୟାଣ ଜୁଏଲର୍ସରେ ସର୍ଟ ସର୍କିଟ ଯୋଗୁଁ ଏସି ବିସ୍ଫୋରଣ ଘଟି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ବେଲାରୀ-ବେଙ୍ଗାଲୁରୁ ରାସ୍ତାରେ ଥିବା କଲ୍ୟାଣ ଜୁଏଲାରୀ ଦୋକାନରେ ଏହି ଘଟଣା ଘଟିଛି। ହଠାତ୍ ଏସି ବିସ୍ଫୋରଣ ଯୋଗୁଁ ଦୋକାନରେ ଥିବା ଜିନିଷଗୁଡ଼ିକ ବିକ୍ଷିପ୍ତ ହୋଇଯାଇଥିଲା। ବିସ୍ଫୋରଣର ପ୍ରଭାବରେ ଝରକା ଓ କାଚ କବାଟ ଭାଙ୍ଗି ଯାଇଥିଲା। ଦୋକାନ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ଆହତଙ୍କୁ ନିକଟସ୍ଥ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି