KJS ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟ ଫର୍ଣ୍ଣେସ୍ ବିସ୍ଫୋରଣ

ଭୁବନେଶ୍ୱର : ଭାୟାବହ ବିସ୍ଫୋରଣ ଘଟିଛି କେନ୍ଦୁଝର ଜିଲ୍ଲା ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ। ଭୟଙ୍କର ବିସ୍ଫୋରଣରେ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଗୁରୁତର ମାନଙ୍କର ପରିଚୟ ମିଳିପାରି ନାହିଁ।ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ୍ ବିସ୍ଫୋରଣ ହୋଇଥିଲା।ଏଥିରେ ୧୦ ଜଣ ଶ୍ରମିକ ଗୁରୁତର ଆହାତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଗୁରୁତର ଶ୍ରମିକ ମାନଙ୍କର ଚିକିତ୍ସା ଚାଲିଛି।

Leave a Reply

Your email address will not be published. Required fields are marked *

error: Content is protected !!