କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅବତରଣ କରିନପାରି ଫେରିଲା ଝାରସୁଗୁଡା

ଭୁବନେଶ୍ୱର : ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଶେଷରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି। ଖଡିଆଳ ରୁ ପ୍ରଚାର ସାରି ଭୁବନେଶ୍ବର ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାପଡିଛି।ଉକ୍ତ ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ସହିତ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ବର୍ତ୍ତମାନ ମିଳିଥିବା ସୂଚନାରୁ ପ୍ରକାଶ ଯେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସୁରକ୍ଷିତ ଭାବେ ଅବତରଣ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୁରକ୍ଷିତ ଥିବାର ବିଜେଡି ଅଫିସ ତରଫରୁ ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!