ଆସନ୍ତାକାଲି ଆୟୋଜିତ ହେବ ତୃତୀୟ ପର୍ଯାୟ ନିର୍ବାଚନ

ଆସନ୍ତାକାଲି ଦେଶରେ ଲୋକସଭା ଓ କିଛି ରାଜ୍ୟରେ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆୟୋଜିତ ହେବ । ଏହି ପର୍ଯ୍ୟାୟରେ କର୍ଣ୍ଣାଟକ, ଆସାମ, ବିହାର, ଛତିଶଗଡ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୋଆ, ଗୁଜରାଟ, ଜମ୍ମୁ-କାଶ୍ମୀର , ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଚ୍ଛି।

ଏହି ପର୍ଯ୍ୟାୟରେ ଅନେକ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହ୍ୱାନ, ସୁପ୍ରିୟା ସୁଲେ ଓ ଡିମ୍ପଲ ଯାଦବଙ୍କ ପରି ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନସାଧାରଣ ।

Leave a Reply

Your email address will not be published. Required fields are marked *

error: Content is protected !!